ସରିଆସୁଥିଲା ୫ଶହ ଆକ୍ରାନ୍ତଙ୍କ ଅକ୍ସିଜେନ, ଶେଷ ସମୟରେ ପହଞ୍ଚାଇଲେ ଯବାନ

ନୂଆଦିଲ୍ଲୀ: କୋଭିଡର ସ୍ଥିତି ଏତେ ଭୟାନକ ତାହା ପ୍ରକାଶ କରିବା ମଧ୍ୟ କଷ୍ଟକର । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଅଛି କିନ୍ତୁ ଅକ୍ସିଜେନ ନାହିଁ । ହସ୍ପିଟାଲ ଅଛି ହେଲେ ବେଡର ଅଭାବ ପରିଲିକ୍ଷିତ ହେଉଛି । ଏଭଳି ସ୍ଥିତିରେ ଦିଲ୍ଲୀର ଗୁରୁ ତେଗ ବାହାଦୂର ମେଡିକାଲରେ ଅବସ୍ଥା ଗମ୍ଭୀର ହୋଇପଡିଛି । ଅକ୍ସିଜେନ ନଥିବାରୁ ବାହାରେ ଶହ ଶହ କୋଭିଡ ଆକ୍ରାନ୍ତ ଜୀବନ, ମୃତ୍ୟୁ ଶହ ଲଢୁଥିଲେ । ଅନ୍ୟପଟେ ପାଞ୍ଚଶହ କୋଭିଡ ଆକ୍ରାନ୍ତ ଅକ୍ସିଜେନରେ ଥିବା ବେଳେ ମାତ୍ର ୪ ଘଣ୍ଟା ପାଇଁ କେବଳ ଅକ୍ସିଜେନ ବଞ୍ଚି ରହିଥିଲେ ।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର୍ୟ ଜୈନ ମଧ୍ୟ କେନ୍ଦ୍ରମନ୍ତ୍ରୀ ପୂଉଷ ଗୋଏଲଙ୍କୁ ଚିଠି ଲେଖି ଏ ବାବଦରେ ଆପତ୍ତି ଜଣାଇଥିଲେ । ହସ୍ପିଟାଲରେ ୫୦୦ ଲୋକ ଅକ୍ସିଜେନରେ ଥିବାବେଳେ ସମୟ ସହ ସିଲିଣ୍ଡରରୁ ଗ୍ୟାସ ମଧ୍ୟ ସରିଆସୁଥାଏ । ପରିଜନଙ୍କ ମଧ୍ୟରେ ମଧ୍ୟ ଏନେଇ ଚହଳ ସୃଷ୍ଟି ହେଉଥାଏ । କାରଣ କେଉଁ ସ୍ଥିତିରେ ମଧ୍ୟ ଅଘଟଣ ଘଟିପାରେ । ହସ୍ପିଟାଲ କର୍ତ୍ତୁପକ୍ଷ ମଧ୍ୟ ଏ ଆଶଙ୍କାରେ ରହିଥାନ୍ତି । ଯଦି ଏହା ହୁଏ ତେବେ ବହୁତ ବଡ ଧରଣର ଅଘଟଣ ତେଗ ବାହାଦୂର ହସ୍ପିଟାଲରେ ଘଟିବା ନେଇ ଆଶା – ଆଶଙ୍କା ସୃଷ୍ଟି ହୋଇଥିଲା ।

କିନ୍ତୁ ଶେଷ ସମୟରେ ହସ୍ପିଟାଲରେ ପହଁଛିଥିଲା ଜୀବନ ବଞ୍ଚାଇବାର ସଞ୍ଜିବନୀ । ହଠାତ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଖୁସିର ବାତାବରଣ । ଉତ୍ତରପ୍ରଦେଶ ଦୁଇ ଜବାନଙ୍କ ସହାୟତାରେ ଜେଟିବି ମେଡିକାଲରେ ପହଁଚିଥିଲା ୧୪ ଟନ ଅକ୍ସିଜେନ । ଘଟିବାକୁ ଯାଉଥିବା ବଡ଼ଧରଣର ଅଘଟଣକୁ ଏଡ଼ାଇଦିଆଯାଇଥିଲା । ସେପଟେ ଅନ୍ୟ କିଛି ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ମୁତାବକ, ହସ୍ପିଟାଲରେ ଅକ୍ସିଜେନର ଅଭାବ ଥିବା ନେଇ କର୍ତ୍ତୁପକ୍ଷ ଜଣାଇଥିଲେ । କହିଛନ୍ତି ଯଦି ଜୀବନ ବଞ୍ଚାଇବାକୁ ଚାହୁଁଛ, ତେବେ ସାଥିରେ ଅକ୍ସିଜେନ ସିଲିଣ୍ଡର ଆଣିବାକୁ ପଡିବ ବୋଲି ମଧ୍ୟ ମେଡିକାଲ ପକ୍ଷରୁ କୁହାଯାଇଥିଲା ।

Leave a Reply