spot_img

Latest Posts

୧୪ ବର୍ଷୀୟ ପ୍ରଥମ ଖେଳାଳି ଭାବେ ଜାତୀୟ ସ୍ତରୀୟ ହକି ପ୍ରତିଯୋଗିତାରେ ଭାଗ ନେବେ ଛତ୍ରପୁରର ପି.ବିଷ୍ଣୁ ରେଡ୍ଡୀ

ନନ୍ଦିଘୋଷ ବ୍ୟୁରୋ: ଛୋଟବେଳୁ ହକି ପ୍ରତି ଥିଲା ଦୁର୍ବଳତା। କଠିନ ପରିଶ୍ରମ ଦେଲା ସଫଳତା। ଛତ୍ରପୁରର ୧୪ ବର୍ଷୀୟ ପ୍ରଥମ ଖେଳାଳି ଭାବେ ଜାତୀୟ ସ୍ତରୀୟ ହକି ପ୍ରତିଯୋଗିତାରେ ଭାଗ ନେବେ ପି.ବିଷ୍ଣୁ ରେଡ୍ଡୀ। ସ୍ବପ୍ନରେ ଡେଣା ଯୋଡ଼ିଛି ସରକାରୀ ପ୍ରୋତ୍ସାହନ।

ହକି ପ୍ରେମରେ ପି.ବିଷ୍ଣୁ ରେଡ଼ି । ଛତ୍ରପୁରର ୧୪ ବର୍ଷୀୟ ପ୍ରଥମ ଖେଳାଳି ଭାବେ ଜାତୀୟ ସ୍ତରୀୟ ହକି ପ୍ରତିଯୋଗୀତାରେ ନେବେ ଭାଗ । ସ୍ବପ୍ନରେ ଡେଣା ଯୋଡିଛି ସରକାରୀ ପ୍ରୋତ୍ସାହନ । ଗଞ୍ଜମା ଜିଲ୍ଲାପାଳଙ୍କ ପ୍ରତିଶୃତି ଯୋଗାଇଛି ଲକ୍ଷ୍ୟରେ ଆଗକୁ ବଢିବାକୁ ବଳ । ଗତ ଶନିବାର ସୁନ୍ଦରଗଡ଼ରେ ସରକାରୀ ହାଇସ୍କୁଲ କୋଚିଂ କ୍ୟାମ୍ପରେ ଯୋଗଦେଇଛନ୍ତି ବିଷ୍ଣୁ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ କ୍ୟାମ୍ପରେ ହକି ଖେଳିବେ । ଆସନ୍ତା ୨୨ ତାରିଖରେ ମଧ୍ୟପ୍ରଦେଶର ଟିକମଗଡ ଠାରେ ହେବାକୁ ଥିବା ଜାତୀୟ ବିଦ୍ୟାଳୟ ସ୍ତରୀୟ ହକି ପ୍ରତିଯୋଗୀତାରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ । ପୂର୍ବରୁ ଢେଙ୍କାନାଳ, ସୁନ୍ଦରଗଡ଼, ରାଉରକେଲା ଓ ଭୁବନେଶ୍ବରକୁ ଯାଇ ଆଞ୍ଚଳିକ ସ୍ତରରେ ହକି ଖେଳି ଅନେକ ପୁରସ୍କାର ପାଇଛନ୍ତି ବିଷ୍ଣୁ । ଏହାସହ ଚଳିତ ବର୍ଷ ମଧ୍ୟ ଲକ୍ଷ୍ନୌରେ ଜାତୀୟ ସ୍ତରୀୟ ହକି ପ୍ରତିଯୋଗୀତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ବିଷ୍ଣୁ ।

ପ୍ରଶିକ୍ଷକ ମନୋଜ କୁମାର ସ୍ବାଇଁଙ୍କ ଠାରୁ ଦୁଇ ବର୍ଷ ହେଲା ପ୍ରଶିକ୍ଷଣ ନେଉଛନ୍ତି ବିଷ୍ଣୁ । ବିଷ୍ଣୁଙ୍କୁ ସରକାରୀ ସହାୟତା ମିଳିଲେ ସେ ଆହୁରି ଛତ୍ରପୁର ତଥା ଗଞ୍ଜାମ ଜିଲ୍ଲା ପାଇଁ ସୁନାମ ଆଣିପାରିବେ ବୋଲି କହିଛନ୍ତି ବିଷ୍ଣୁଙ୍କ ବାପା । ସେପଟେ ବିଷ୍ଣୁ ଜାତୀୟ ସ୍ତରୀୟ ହକି ପ୍ରତିଯୋଗୀତାରେ ଖେଳିବାକୁ ଯାଉଥିବା ଖବର ପାଇବା ପରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବିଷ୍ଣୁଙ୍କୁ ସମସ୍ତ ପ୍ରକାରର ସହଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ପୂର୍ବ ସରକାରଙ୍କ ସମୟରେ ନବୀନଙ୍କ ହକି ପ୍ରତି ପ୍ରୋତ୍ସାହନ ଓ ଆହ୍ବାନ ବିଷ୍ଣୁଙ୍କୁ ହକି ପ୍ରତି ଆକର୍ଷିତ କରିଥିଲା । ପିଲାଟି ବେଳୁ ସେ ବିଚକ୍ଷଣ ଭାବେ ହକି ଖେଳି ଅଞ୍ଚଳପାଇଁ ସୁନାମ ଆଣିପାରିଥିଲେ । ଏବେ ଛତ୍ରପୁରର ୧୪ ବର୍ଷୀୟ ପ୍ରଥମ ଖେଳାଳି ଭାବେ ଜାତୀୟ ସ୍ତରୀୟ ହକି ପ୍ରତିଯୋଗୀତାରେ ଭାଗନେବେ ପି. ବିଷ୍ଣୁ ।

Latest Posts

Don't Miss