ନନ୍ଦିଘୋଷ ବ୍ୟୁରୋ : ମଣ୍ଡିରୁ ଉଠୁନି ଧାନ । ପୁଣି ଅଦିନିଆ ଝଡ଼ ବର୍ଷା ଭିଜିଲା ମଣ୍ଡିରେ ପଡିରହିଥିବା ହଜାର ହଜାର ଧାନ ବସ୍ତା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ସୁଧୁରୁନି ଚାଷୀ ସମସ୍ୟା । ନା ବୁଝୁଛି ପ୍ରଶାସନ ନା ବୁଝୁଛନ୍ତି ସରକାର। ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର ସୁନ୍ଦରପୁର, ଓଳଗ ପଞ୍ଚାୟତରେ ଥିବା ୨ଟି ସମବାୟ ସମିତିରୁ ଧାନ ଉଠୁନି । ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ପାର୍ଶ୍ଵରେ ଦୀର୍ଘ ଦିନ ହେଲା ପଡ଼ି ରହିଛି ଧାନ ବସ୍ତା । ଗତକାଲି ପୁଣି ଝଡ ବର୍ଷାରେ ଧାନ ଭିଜିଛି । ବର୍ଷାରେ ବାରମ୍ବାର ଭିଜୁଥିବାରୁ ଧାନ ଗଜା ହେବାକୁ ବସିଲାଣି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଖାଲି ସେତିକି ନୁହେଁ ରାସ୍ତା ଉପରେ ଧାନ ପଡ଼ି ରହିଥିବାରୁ ଗାଡ଼ି ଯାତାୟତରେ ଅସୁବିଧା ହେଉଛି । ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ନଜର ଦେବା ତ ଦୂରର କଥା ଚାଷୀଙ୍କ ଅଭିଯୋଗ ଶୁଣିବାକୁ ବି କାହାରି ପାଖରେ ସମୟ ନାହିଁ ।

