ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ, କୋଭିଡରେ ଥିଲେ ସଂକ୍ରମିତ

ଭୁବନେଶ୍ବର: ଭାସ୍କର୍ଯ୍ୟ ଶିଳ୍ପୀ ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ । କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ପଦ୍ମଶ୍ରୀ ରଘୁନାଥ ମହାପାତ୍ର । କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର ସ୍ଥିତ ଏମସରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ମଧ୍ୟ କିଛି ଦିନ ତଦଳେ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଅବଗତ ହେବା ସହ ପରିବାର ଲୋକଙ୍କ ସହ କଥା ହୋଇଥିଲେ ।

କାରୁକାର୍ଯ୍ୟ ଏବଂ ପଥରରେ ଖୋଦେଇ କରି ଜଣେ ସୁନାମଧନ୍ୟ ଶିଳ୍ପୀ ଭାବେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ ରଘୁନାଥ । ପଥରର ବିନ୍ଧାଣୀ ଭାବେ ପରିଚୟ ପାଇଥିଲେ ।  ତାଙ୍କର କୃତିତ୍ୱ ହିଁ ଥିଲା ତାଙ୍କର ପରିଚୟ । ଉଚ୍ଚ ଶିକ୍ଷା ଲାଭ କରିନଥିଲେ ମଧ୍ୟ ଉଚ୍ଚ ଆକାଂକ୍ଷା  ରାଜ୍ୟର ଯଶକୁ ମଧ୍ୟ ପ୍ରତିପାଦନ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ଶିଳ୍ପୀ ରଘୁନାଥ ମହାପାତ୍ର ।

ପୁରୀ ଜିଲ୍ଲା ସଦର ବ୍ଲକ ପଥୁରିଆ ଗ୍ରାମରେ ୨୪ ମାର୍ଚ୍ଚ ୧୯୪୩  ମସିହାରେ ଜନ୍ମ ଲାଭ କରିଥିବା ରଘୁନାଥ ଯୁବ ବୟସରେ ହିଁ ନିଜର କଳାକୁ ପ୍ରତିପାଦିତ କରିଥିଲେ । ରାଜ୍ୟରେ ଅନେକ ଆକର୍ଷଣୀୟ କାରୁକାର୍ଯ୍ୟ ତାଙ୍କରି ହାତର ସ୍ପର୍ଶରେ ଜୀବିତ ହୋଇ ଉଠିଛି । ତାଙ୍କର ଏହି କୃତିତ୍ନ ପାଇଁ ୧୯୭୫ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

ପରବର୍ତ୍ତୀ ସମୟରେ ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ କେନ୍ଦ୍ର ସରକାର ସମ୍ମାନିତ କରିଥିଲେ । ରାଜ୍ୟସଭା ସାଂସଦ ଭାବେ ମଧ୍ୟ ମନୋନୀତ ହୋଇ ଗୃହରେ ସଦସ୍ୟ ରହିଥିଲେ । ଆଜି ଅପରାହ୍ନ ୩. ୪୯ ମନିଟରେ ତାଙ୍କର ଦେହାନ୍ତ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଗତ ମାସ ୨୨ ତାରିଖରେ କୋଭିଡ ଲକ୍ଷଣ ଦେଖା ଦେବାପରେ ଏମସରେ ଚିକିତ୍ସିତ ହୋଇ ଆସୁଥିଲେ । ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରିବର୍ତ୍ତେ ଅବନତୀ ଘଟିଥିଲା । ୭୮ ବର୍ଷ ବୟସରେ ସ୍ଥପତି ପଦ୍ମ ବିଭୂଷଣ ରଘୁନାଥଙ୍କ ମହାପାତ୍ରଙ୍କ ପହରଲୋକ ଘଟିଛି ।

 

 

Leave a Reply