ବରୁଣେଇରେ ପୁଣି ‘ପାଇକ ବିଦ୍ରୋହ’ର ଆଭାସ

ଖୋର୍ଦ୍ଧା: ‘ପାଇକ ବିଦ୍ରୋହ’ ପ୍ରସଙ୍ଗର ଜୋର ଧରୁଛି ପ୍ରତିବାଦ । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ସଂଗ୍ରାମ ମାଟିରେ ଆନ୍ଦୋଳନର ଆହ୍ୱାନ । ଆଉ ଏକ ପାଇକ ବିଦ୍ରୋହର ଆଭାସ । ବୀର ସଂଗ୍ରାମୀଙ୍କ ବେଶ, ହାତରେ ଖଣ୍ଡା ଓ ଢାଲ ଧରି ବରୁଣେଇ ପାହଡ଼ ପାଦଦେଶରେ ଆଜି ଶତାଧିକ ପାଇକ ଏକାଠି ହେଇଛନ୍ତି ।

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଉନଥିରୁ ଏହାର ପ୍ରତିବାଦ କରାଯାଇଛି । ଓଡ଼ିଶାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ପାଇଁ ଦିଆଯାଇଛି ଚେତାବନୀ । ଆନ୍ଦୋଳନରେ ବିଧାୟକ ସୁରେଶ ରାଉତରାୟ, ରାଜେନ୍ଦ୍ର ସାହୁ, ବିଜେଡି ନେତା ଜିତୁ ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି।

ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ  ନୁହେଁ ବୋଲି ସଂସଦରେ କେନ୍ଦ୍ରମନ୍ତ୍ରୀ ବିବୃତି ରଖିଥିଲେ  । ଯାହାକୁ ନେଇ ଓଡ଼ିଶାରେ ପ୍ରତିବାଦ ମୁଣ୍ଡ ଟେକିଛି  । ସୋମବାର ବିଧାନସଭା ବାହାରେ ବିଜେଡି ବିଧାୟକ ଏହାର ପ୍ରତିବାଦ କରିଥିଲେ  । କେନ୍ଦ୍ର ସରକାର ନିଜର ମନ୍ତବ୍ୟକୁ ଫେରାଇନେବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଦିନତା ସଂଗ୍ରାମର ମାନ୍ୟତା ଦେବା ନେଇ ଅଡ଼ି ବସିଥିଲେ  ।

 

Leave a Reply