ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଅସ୍ତ୍ରବିରତି : ଆଲୋଚନା ପରେ ଉଭୟ ଦେଶର ସହମତି

Taliban security personnel stand guard near a damaged car two days after air strikes by Pakistan in the Barmal district of eastern Paktika province on December 26, 2024. Pakistan air strikes in an eastern border region of Afghanistan killed 46 civilians, the Taliban government said on December 25, whilst a Pakistan security official said the bombardment had targeted "terrorist hideouts". Ahmad SAHEL ARMAN / AFP
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଅସ୍ତ୍ରବିରତି । ତୁରନ୍ତ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଛନ୍ତି ଉଭୟ ଦେଶ । ଗତକାଲି କତାର ରାଜଧାନୀ ଦୋହାରେ ଆଲୋଚନା ପରେ ରାଜି ହୋଇଛନ୍ତି । ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସ୍ପଷ୍ଟ କରିଛି କତାର । ତୁର୍କୀ ଓ କତାର ମଧ୍ୟସ୍ଥତାରେ ଅସ୍ତ୍ର ବିରାମ ହୋଇଛି । ସପ୍ତାହେ ଧରି ଉଭୟ ଦେଶ ମଧ୍ୟରେ ସଂଘର୍ଷ ଚାଲିଥିଲା । ଅନେକ ଲୋକଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ସପ୍ତାହେ ତଳେ କାବୁଲ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନ ପାକିସ୍ତାନକୁ ଆକ୍ରମଣ କରିବା ସହ ସୀମା ପୋଷ୍ଟକୁ ଅକ୍ତିଆରକୁ ନେଇଥିଲା । ତେବେ ଉଭୟ ପକ୍ଷ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ହୋଇଥିଲା । କିନ୍ତୁ ଅସ୍ତ୍ରବିରତି ସମୟରେ ପାକିସ୍ତାନ ଆକ୍ରମଣ କରିବା ଫଳରେ ୩ କ୍ରିକେଟରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୁଣି ଉତ୍ତେଜନା ବଢିଥିଲା ।