ପାକିସ୍ତାନରେ ପିଟିଆଇ ନେତାଙ୍କୁ ଗିରଫ, ସେନା ମୁତୟନ

1 min read

ଲାହୋର: ସୁଧୁରୁନି ପାକିସ୍ତାନ ସ୍ଥିତି। ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରୁ ବାହାରେ। ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପ୍ରାଣ ହରାଇଲେଣି ୮ ଜଣ । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣ ୧୯୦୦। ଏଭଳି ସ୍ଥଳେ ଆଜି ପିଟିଆଇର ଅନ୍ୟଜଣେ ନେତାଙ୍କୁ ଗିରଫ କରାଯାଇଛି। ଫଳରେ ପୁରାଦେଶରେ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ସରକାରୀ ସମ୍ପତ୍ତି ପୋଡ଼ାଜଳା କରିଛନ୍ତି ସମର୍ଥକ।

ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କ ଲାରୋହସ୍ଥିତ ବାସଭବନରେ ପଶି ଗାଡ଼ି ଜାଳିଦେଇଛନ୍ତି ବିକ୍ଷୋଭକାରୀ । ୫ଶହରୁ ଊର୍ଦ୍ଧ୍ବ ପିଟିଆଇ ସମର୍ଥକ ହିଂସା ଭିଆଇଥିବା ପୋଲିସ କହିଛି । ପିଏମଙ୍କ ବାସଭବନକୁ ପେଟ୍ରୋଲ ବୋମା ମଧ୍ୟ ମାଡ କରାଯାଇଛି । ଶେହେବାଜଙ୍କ ବାସଭବନ ଉପରେ ଆଟାକ ପୂର୍ବରୁ ଶାସକ ଦଳ PMLN ମୁଖ୍ୟାଳୟ ଉପରେ ମଧ୍ୟ ବିକ୍ଷୋଭକାରୀମାନେ ହମଲା କରିଥିଲେ। ଗତ ଦୁଇ ଦିନ ମଧ୍ୟରେ ୧୪ରୁ ଊର୍ଦ୍ଧ୍ବ ସରକାରୀ ବିଲ୍ଡିଂ, ୨୧ଟି ପୋଲିସ ଗାଡ଼ି ଜଳାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଶେହେବାଜଙ୍କ ଲଣ୍ଡନସ୍ଥିତ ବାସଭବନ ଆଗରେ ମଧ୍ୟ ଇମ୍ରାନ ସମର୍ଥନ ନାରାବାଜି କରିବା ସହ ଏହାକୁ ଘେରାଉ କରିଛନ୍ତି। ହିଂସାରେ ଏବେସୁଦ୍ଧା ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଶହରୁ ଅଧିକ ଆହତ ହୋଇଛନ୍ତି। ଜମି ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ୮ ଦିନ ପାଇଁ ରିମାଣ୍ଡରେ ନେଇଛି ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ। ଅଲ କାଦିର ଟ୍ରଷ୍ଟ ମାମଲାରେ ଗିରଫ ହେବା ପରେ ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ୍‌। ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀଙ୍କୁ ବି ଗିରଫ କରାଯାଇଛି।

ସେପଟେ ଦେଶରେ ମାର୍ଶାଲ ଶାସନ ଲାଗୁ କରିବା ଲାଗି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ୧ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ହିଂସା ସ୍ଥିତିକୁ ଦେଖି ଆମେରିକା, ବ୍ରିଟେନ, କାନାଡା ପକ୍ଷରୁ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି । ଇମ୍ରାନଙ୍କ ସମର୍ଥକଙ୍କ ଉଗ୍ର ହିଂସା ପାକିସ୍ତାନ ଇତିହାସରେ କଳାଦିନ ହୋଇ ରହିବ ବୋଲି ଆର୍ମି ପକ୍ଷରୁ କୁହାଯାଇଛି ।