ପାକିସ୍ତାନରେ ବଡ଼ ଆକ୍ରମଣ, ୬ ଜଣଙ୍କ ମୃତ୍ୟୁ ସୂଚନା

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଖେବର ପଖତୁନଖ୍ବାରେ ଭୀଷଣ ଆତ୍ମଘାତୀ ଆକ୍ରମଣ । ଆକ୍ରମଣରେ ୫ ଚୀନ ନାଗରିକଙ୍କ ସହ ଜଣେ ସ୍ଥାନୀୟ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଚୀନ ନାଗରିକ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଏକ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିଲେ । ବିସ୍ଫୋରକ ସାମଗ୍ରୀ ଭତ୍ତି ଏକ ଗାଡି ଚୀନ ନାଗରିକ ବସିଥିବା ଗାଡିକୁ ଧକ୍କା ଦେଇଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଇସଲାମାବାଦରୁ ଦାସୁ ଅଭିମୁଖେ ଯାଉଥିଲେ । ଏହି ସମୟରେ ଏହି ଆକ୍ରମଣ ହୋଇଛି । ର୍ପୂବରୁ ବି ଅନେକ ଥର ଚୀନ ନାଗରିକଙ୍କ ଉପରେ ଆକ୍ରମଣ ହୋଇଛି । ପାକିସ୍ତାନ ଓ ଚୀନର ମିଳିତ ପ୍ରୋଜେକ୍ଟ ଚୀନ ପାକିସ୍ତାନ ଇକୋନମିକ କରିଡରକୁ ବିରୋଧ କରି ଚିନୀ ନାଗରିକଙ୍କୁ ର୍ଟାଗେଟ କରାଯାଉଥିବା ଅଭିଯୋଗ ରହିଛି । ବଲୁଚିସ୍ତାନ ପାକ ଅଧିନକୁ ଯିବା ପରଠୁ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଚାଲିଛି । ଏହାର କାରଣ ବଲୁଚିସ୍ତାନର ଶାସକ କଲାତ ଖାନ ଚାହୁଁ ନଥିଲା ଯେ ତାଙ୍କ ରାଜ୍ୟରେ ପାକିସ୍ତାନ ବିଲୟ ହେଉ । କିଛି ମାସ ପରେ କିନ୍ତୁ ସେନା ବଳୟରେ ରାଜ୍ୟର ବିଲୟ କରାଯାଇଥିଲା । ଯାହାକୁ ନେଇ ଏହି ଆକ୍ରମଣ ମାନ ଘଟୁଥିବା ସୂଚନା ରହିଛି ।