ପାକିସ୍ତାନରେ କାର ବିସ୍ଫୋରଣ, ୧୨ ମୃତ
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଇସାଲାମାବାଦରେ ଭୟଙ୍କର କାର୍ ବିସ୍ଫୋରଣ । ବିସ୍ଫୋରଣ ଘଟଣାରେ ୧୨ ମୃତ,୨୦ରୁ ଅଧିକ ଆହତ । ଇସାଲାମାବାଦର ଡିଷ୍ଟ୍ରିକ୍ଟ କୋର୍ଟ ନିକଟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ କୋର୍ଟ ବାହାରେ ଥିବା କିଛି ଗାଡି ବି କ୍ଷତିଗ୍ରସ୍ତ ହୋଇଛି । କାରରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିବା କୁହାଯାଉଛି ।
ଖାଇବର ପାଖତୁନଖାୱାର ଏକ ଆର୍ମି କଲେଜରେ ଟିଟିପିର ଆକ୍ରମଣ ଉଦ୍ୟମକୁ ପାକିସ୍ତାନ ବାହିନୀ ବିଫଳ କରିବାର ଦିନକ ପରେ ଏହି କାର୍ ବିସ୍ଫୋରଣ ଘଟିଛି । ମୃତକଙ୍କ ମଧ୍ୟରେ ଅନେକ ଓକିଲ ରହିଥିବା ସୂଚନା ମିଳିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ୬ କିଲୋମିଟର ଦୂରକୁ ଶୁଣାଯାଇଥିଲା । ବିସ୍ଫୋରଣରେ ଅନେକ ମୃତକଙ୍କ ଶରୀର ଖିନଭିନ ହୋଇଯାଇଛି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ନିନ୍ଦା କରିଛନ୍ତି ।

