୪ ଘଣ୍ଟା ବି ରହି ପାରିଲାନି ପାକିସ୍ତାନ: ଅସ୍ତ୍ରବିରତି ଉଲ୍ଲଂଘନ, ସୀମାରେ ଗୁଳିମାଡ଼ ଓ ଡ୍ରୋନ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ଘୋଷଣାର ମାତ୍ର ୪ ଘଣ୍ଟା ମଧ୍ୟରେ ପୁଣି ନିଜ ଔକାତ ଦେଖାଇଲା ପାକିସ୍ତାନ । ସୀମାରେ କଲା ଅସ୍ତ୍ରବିରିତି ଉଲ୍ଲଂଘନ । ଜମ୍ମୁ ଓ କାଶ୍ମୀର ସୀମାରେ ପାକିସ୍ତାନ ପୁଣି ଥରେ ଗୁଳି ମାଡ଼ କରି ଭାରତକୁ ଉସକାଇଛି । ପାକିସ୍ତାନ ସୀମାର ଏକାଧିକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଲିମାଡ଼ କରିଛି । ଏପଟେ କାଶ୍ମୀରର ବାରାମୁଲାରେ ଏକ ସନ୍ଦଗ୍ଧ ଡ୍ରୋନ ବିସ୍ଫୋରଣର ବି ଶବ୍ଦ ଶୁଣିବାକୁ ମିଳିଛି ।
ସୂଚନା ଅନୁସାରେ, ଅନସାର, ଅଖନୁର, ରଜୌରୀ ଔ ଆଣଏସପୁରା ସୀମାରେ ପାକିସ୍ତାନ ପକ୍ଷରୁ ଗୁଳି ମାଡ଼ କରାଯାଇଛି । ବାରାମୁଲାରେ ଏକ ଡ୍ରୋନରୁ ଆକ୍ରମଣ କରାଯାଇଛି । ଜମ୍ମୁର ପହଲଗାଓଁ ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏପଟେ ଭାରତୀୟ ସେନାକୁ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।