spot_img

Latest Posts

ଜଟିଳ ପରିସ୍ଥିତି ଦେଇ ଗତି କରୁଛି ପାକିସ୍ତାନ, ପିଆଜ କେଜି ପିଛା ୨୫୦ ଟଙ୍କା

ଇସଲାମବାଦ: ପାକିସ୍ତାନରେ ହା ହା କାର ସ୍ଥିତି। ଦରଦାମ୍ ବୃଦ୍ଧି ଯୋଗୁଁ ଦିନକୁ ଦିନ ଜଟିଳ ହେବାରେ ଲାଗିଛି ପରିସ୍ଥିତି । ଦୈନଦିନ ବ୍ୟବହାର ହେଉଥିବା ସାମଗ୍ରିର ମୂଲ୍ୟ ଅସମ୍ଭବ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ପରେ ଦେଶ ପ୍ରାକୃତିକ ବିପର୍ଯ୍ୟୟରେ ଲୋକମାନେ ଦୁଇ ଓଳି ଖାଇବାକୁ ପାଉନଥିବା ବେଳେ ଏବେ ମୁଦ୍ରାସ୍ଫିତି ସାଜିଛି ବୋଝ। ସିଧାସଳଖ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଛି ମୁଦ୍ରାସ୍ଫିତି। ସେଠାରେ ଲୋକମାନେ ଯୋଗାଡ କରି ଚଳିବା ମଧ୍ୟ ଅସମ୍ଭବ ହୋଇପଡିଛି। ବର୍ତ୍ତମାନ ପନିପରିବାର ଦର ଆକାଶ ଛୁଆଁ ହୋଇଥିବା ବେଳେ ଆମିଶର ଦର ନ କହିବାଟା ଭଲ । ଆମିଶ କିଣିବା ସାଧାରଣ ଲୋକଙ୍କ ପାଇଁ ସ୍ବପ୍ନ ହୋଇପଡିଛି। ରୋଷେଇରେ ବ୍ୟବହୃତ ପିଆଜାର ଦାମ ୫୦୦ ପ୍ରତିଶତକୁ ବୃଦ୍ଧି ପାଇଛି।

ପାକିସ୍ତାନରେ ଗତବର୍ଷ ଜାନୁଆରୀ ୬, ୨୦୨୨ରେ ପିଆଜ ଦର ଏକ କିଲୋଗ୍ରାମ ପିଛା ୩୬.୭ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ୫ ଜାନୁଆରୀ ପରେ ପିଆଜ ଦର ଏକ କିଲୋଗ୍ରାମ ପିଛା ୨୫୦.୪ ଟଙ୍କା ରହିଛି । କେବଳ ସେତିକି ନୁହେଁ ଡିଜେଲର ଦର ୬୧ ପ୍ରତିଶତ ଓ ପେଟ୍ରୋଲର ଦର ୪୮ ପ୍ରତିଶତ ବଢିଛି । ପ୍ରତ୍ୟକଙ୍କ ଘରେ ବ୍ୟବହୃତ ହେଉଥିବା ଅଟା ବା ଚାଉଳର ଦାମ୍ ମଧ୍ୟ ଆକାଶ ଛୁଆଁ ହୋଇଛି । ଗତ ଏକ ବର୍ଷ ମଧ୍ୟରେ କେବଳ ଗହମ ୫୦ ପ୍ରତିଶତ ଦର ବୃଦ୍ଧି ପାଇଛି ।

ପାକିସ୍ତାନ ଷ୍ଟେଟ୍ ଅଫ ବ୍ୟାଙ୍କ ଅନୁଯାୟୀ, ପାକିସ୍ତାନରେ ୨୦୨୧ ତୁଳନାରେ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ମୁଦ୍ରାସ୍ଫିତି ଦର ୧୨.୩ ପ୍ରତିଶତ ବୃଦ୍ଧି ହୋଇ ୨୪.୫ ପ୍ରତିଶତକୁ ପହଞ୍ଚିଥିଲା । ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଏହି ମୁଦ୍ରାସ୍ଫୀତି ଦେଖିବାକୁ ମିଳିଛି। ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନରେ ଖାଦ୍ୟ ମୁଦ୍ରାସ୍ଫୀତି ୧୧.୭ ପ୍ରତିଶତରୁ ୩୨.୭ ପ୍ରତିଶତକୁ ବୃଦ୍ଧି ପାଇଛି।

 

 

 

Latest Posts

Don't Miss