ନନ୍ଦିଘୋଷ ବ୍ୟୁରୋ : ନିୟନ୍ତ୍ରଣ ସୀମାରେଖାରେ ବଢୁଛି ପାକିସ୍ତାନର ଦାଦାଗିରି l ସୀମା ଭିତରକୁ ବାରମ୍ବାର ପ୍ରବେଶ କରୁଛି ପାକିସ୍ତାନୀ ଡ୍ରୋନ l ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରଠାରୁ ସୀମାରେ ବି ଦେଖାଦେଇଛି ତାହାର ପ୍ରଭାବ l ଗତକାଲି ପରି ଆଜି ବି ଜାମ୍ମୁ ଓ କାଶ୍ମୀରରେ ବନ୍ଦ ରହିବ ସମସ୍ତ ସ୍କୁଲ l ଗତ ସପ୍ତାରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ହମଲା ପରଠାରୁ ଜାମ୍ମୁ ଓ କାଶ୍ମୀରରେ ବିଭିନ୍ନ ସଂଗଠନ ପକ୍ଷରୁ ଜାରି ରହିଛି ପ୍ରତିବାଦ l
ତେଣେ ବାରମ୍ବାର ଭାରତ ସୀମା ଭିତରକୁ ପାକିସ୍ତାନୀ ଡ୍ରୋନ ପଶିଆସିବା ଘଟଣାକୁ ଗୁରୁତର ସହ ନେଇଛି ଭାରତ l ଗତକାଲି ପରି ବି ଆଜି ବନ୍ଦ ରହିବ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ l ଏଲଓସି, ସାମ୍ବା, ରାଜୌରୀ, ପୁଞ୍ଚ ଆଦି ଅଞ୍ଚଳରେ ଡ୍ରୋନ ପ୍ରବେଶ କରିବା ସୂଚନା ମିଳିଥିଲା l ଡ୍ରୋନ ଠାବ ହେବା ପରେ ଏଲଓସି ଏବଂ ଅନ୍ତର୍ଜାତୀୟ ସୀମାରେଖାରେ ସେନା ପକ୍ଷରୁ ସର୍ଭେଲାନ୍ସ ବଢ଼ିଛି l

