ମହମ୍ମଦ ଅଲୀ ଜିନ୍ନାଙ୍କ ନାମରେ ମଦ; ସୋସିଆଲ ମିଡିଆରେ ଫଟୋ ଭାଇରାଲ

1 min read

ଲାହୋର: ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲୀ ଜିନ୍ନାଙ୍କ ନାମ ଉପରେ ମଦ ର ନାମ ରଖାଯାଇଛି ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜଣେ ଟ୍ୱିଟର ୟୁଜର୍ସ ଜିନ୍ନାଙ୍କ ନାମ ଉପରେ ‘ଗିନ୍ନା’ ନାମରେ ଏକ ବୋତଲ ଫଟୋ ପୋଷ୍ଟ କରିଥିଲେ । ଆଉ ସେହି ବୋତଲର ଲେବଲ ଉପରେ ଲେଖା ଯାଇଛି, ‘‘ଇନ୍ ଦ ମେମୋରୀ ଅଫ୍ ଦ ମେନ୍ ଅଫ୍ ପ୍ଲେଜର, ହୁ ବାଜ: ଗିନ୍ନା’ ।

ସେହି ବୋତଲର ଲେବଲ ଉପରେ ଜିନ୍ନାଙ୍କ ସମ୍ପର୍କରେ ଲେଖାଯାଇଛି ଯେ, ଜିନ୍ନା ପାକିସ୍ତାନର ସଂସ୍ଥାପକ ଥିଲେ ଯିଏକି ୧୯୪୭ରେ  ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଅସ୍ତିତ୍ୱ ପାଇଥିଲା । ଆଉ ଯେଉଁସବୁ କାମ ଇସଲାମରେ ବର୍ଜିତ ରହିଛି, ପୁଲ୍ ବିଲିୟର୍ଡ୍ସ, ସିଗାର, ପୋର୍କ ସାସେଜ୍ ସହ ଶାନଦାର ସ୍କଚ, ହ୍ୱିସ୍କି ଓ ମଦ ସେବନ ଆଦି ଜିନ୍ନା ଖୁବ୍ କରିଛନ୍ତି ।

ସୂଚନା ଅନୁଯାୟୀ ଟ୍ୱିଟର ୟୁଜର୍ସ ମାନେ ଗିନ୍ନା ଙ୍କ ଉପରେ ଲଗାତାର ପୋଷ୍ଟ କରିବାରେ ଲାଗିଛନ୍ତି ।

ମହମ୍ମଦ ଅଲୀ ଜିନ୍ନା ୧୮୭୬ ମସିହା ଡିସେମ୍ବର ୨୫ ତାରିଖରେ କରାଚିରେ ଜନ୍ମଗ୍ରହଣ କରିଥିଲେ । ଯେଉଁ ସ୍ଥାନ ଏବେ ପାକିସ୍ତାନ ଅଧିନରେ ରହିଛି ।  ଯିଏକି ଭାରତ ଠାରୁ ଅଲଗା ହେବା ପାଇଁ ଏକ ସ୍ୱତନ୍ତ୍ର ପାକିସ୍ତାନ ଗଠନ ପାଇଁ ଜୋରଦାର ଆନ୍ଦୋଳନ ଚଳାଇଥିଲେ ।

ତେବେ ଜିନ୍ନାଙ୍କୁ ପାକିସ୍ତାନରେ ’କାଏଦେ-ଏ ଆଜମ ତଥା ‘ମହାନ ନେତା’ ରୂପେ ପରିଚିତ ଥିଲେ ।

Leave a Reply