spot_img

Latest Posts

ପାକିସ୍ତାନ ଲଞ୍ଚ କଲା କୋଭିଡ୍ ଟିକା,କିନ୍ତୁ ଦେଲାନି ତଥ୍ୟ

ଇସଲାମାବାଦ: ପାକିସ୍ତାନ ତା’ର ନିଜ କୋଭିଡ୍ ଟିକା ଲଞ୍ଚ କରିଛି । ଯାହାର ନାମ ହେଉଛି ପାକ୍ ଭାକ୍ (pakvac) । ଏନେଇ ବୁଧବାର ଦିନ ପାକିସ୍ତାନ ସରକାର ଘୋଷଣା କରିଛନ୍ତି । ଚୀନ ଟିକାରେ ଏପର୍ଯ୍ୟନ୍ତ କାମ ଚଳାଉଥିବା ପାକିସ୍ତାନ ପାଇଁ ଏହା ବଡ଼ ଉପଲବ୍ଧି । କିନ୍ତୁ ପାକିସ୍ତାନୀ ଟିକାକୁ ଖୋଦ ତା’ରି ନାଗରିକ ପ୍ରଶ୍ନ କରିବା ଆରମ୍ଭ କଲେଣି । ଟିକାକୁ ପାକିସ୍ତାନୀ ନାଗରିକ ସନ୍ଦେହ କରିବାର କାରଣ ହେଉଛି ଯେ, ଟିକା କେମିତି ତିଆରି ହୋଇଛି,ଏହାର ଟ୍ରାଏଲ କେତେ ଜଣଙ୍କ ଉପରେ ହୋଇଥିଲା କିମ୍ବା ଟ୍ରାଏଲ ସମୟରେ କ’ଣ ସବୁ ପାର୍ଶ୍ୱ ପ୍ରତିକ୍ରିୟା ଆସିଥିଲା ସେ ସମ୍ବନ୍ଧରେ କୌଣସି ତଥ୍ୟ ଦିଆଯାଇ ନାହିଁ । ଏହା ସହିତ ଟିକା କେତେ ପ୍ରଭାବଶାଳୀ ସେ କଥା ମଧ୍ୟ ପାକ୍ ସରକାରଙ୍କ ପକ୍ଷରୁ କୁହାଯାଇ ନାହିଁ ।

ପାକିସ୍ତାନର ନ୍ୟାସନାଲ କମାଣ୍ଡ୍ ଆଣ୍ଡ୍ ଅପରେସନ୍ ସେଣ୍ଟର ପ୍ରମ୍ମୁଖ ଅସଦ ଉମର ଭ୍ୟାକ୍ସିନ ଲଂଚି ବାବଦରେ ଘୋଷଣା କରିଛନ୍ତି ସେ କହିଛନ୍ତି ଯେ, ପାକିସ୍ତାନ ମଧ୍ୟ ଖୁବଶୀଘ୍ର କରୋନା ବିରୋଧରେ ଏକ ମହତ୍ୱପୂର୍ଣ୍ଣ ଔଷଧ ତିଆରି କରିବାରେ ସକ୍ଷମ ହେବାକୁ ଯାଉଛି । ସେ କହିଛନ୍ତି ଯେ, ପାକିସ୍ତାନରେ ତିଆରି ହୋଇଥିବା ଏହି ଟିକା କଠୋର ପରୀକ୍ଷଣ,ଗୁଣବତ୍ତା ଯାଞ୍ଚ୍ ବ୍ୟବସ୍ଥା ଦେଇ ଗତି କରିଛି । ତେବେ କ୍ଲିନିକାଲ ଟ୍ରାଏଲରେ କେତେଜଣ ଭାଗ ନେଇଥିଲେ,ଏହି ଭ୍ୟାକ୍ସିନର ପ୍ରଭାବ କ’ଣ ଓ ଏହା କେତେ ପ୍ରଭାବଶାଳୀ ସେ ବାବଦରେ କିଛି ମଧ୍ୟ ସୂଚନା ଦେଇନାହାନ୍ତି ଉମର ।

Covid-19: Pakistan to launch locally-made Chinese vaccine from next week

ତେବେ ଉମର କହିଛନ୍ତି ଯେ, ଜୁଲାଇ ଶେଷରେ ପଡୁଥିବା ଇଦ୍ ଉଲ୍ ଅଜହା (ବକରିଦ) ବେଳକୁ ଯେମିତି ଲକଡାଉନ୍ ନହୁଏ ସେଥିପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ । ସୂଚନାଯୋଗ୍ୟ ଯେ, ୨୨ କୋଲି ଲୋକସଂଖ୍ୟା ବିଶିଷ୍ଟ ପାକିସ୍ତାନର ୭୦ ଲକ୍ଷ ଲୋକଙ୍କର ଏପର୍ଯ୍ୟନ୍ତ ଟିକାକରଣ ହୋଇପାରିଛି । ଚୀନ୍ ଓ ଗରିବ ରାଷ୍ଟ୍ରଙ୍କ ପାଇଁ ମାଗଣା ଟିକା କାର୍ଯ୍ୟକ୍ରମରେ ପାକିସ୍ତାନକୁ ଏହି ଟିକା ମିଳିଥିଲା ।

ଏଥିସହିତ ପଢ଼ନ୍ତୁ: ସୁରକ୍ଷା ଏଜେନ୍ସୀରୁ ଅବସର ନେଇଥିବା ଅଧିକାରୀ ବିନା ଅନୁମତିରେ ତଥ୍ୟ ପ୍ରକାଶ କରିପାରିବେ ନାହିଁ

ଏବେ ପାକିସ୍ତାନ ନିଜ ଟିକା ତିଆରି କରିଥିବା ଦାବି କରିଥିବେ ବେଳେ କିନ୍ତୁ ତା’ର ନିଜ ନାଗରିକ ଟିକାର ବିଶ୍ୱସନିୟତାକୁ ପ୍ରଶ୍ନ କରିବା ଆରମ୍ଭ କଲେଣି । ଟିକାର ପରୀକ୍ଷାକୁ ନେଇ ବିସ୍ତୃତ ବିବରଣୀର ଅଭାବ ଏହାର କାରଣ । ଏମିତିରେ ପାକିସ୍ତାନରେ ଚୀନ ଟିକାକୁ ମଧ୍ୟ ଲୋକ ବିଶ୍ୱାସ କରୁନାହାନ୍ତି । ଭାରତ ନିଜ ଟିକା ଲଂଚ୍ କରିବା ପରେ ଭାରତରୁ ଟିକା ଆମଦାନୀ ପାଇଁ ସେଠାରେ ସରକାର ଉପରେ ଚାପ ପଡିଥିଲା ।

Latest Posts

Don't Miss