ମହଙ୍ଗା ମାଡ଼; କିଏ ବଳଦ ଗାଡ଼ି ତ ଆଉ କିଏ ଗଧ ଗାଡ଼ିରେ ଅଫିସ ଯିବାକୁ ବାଧ୍ୟ

2 min read

ଇସ୍‌ଲାମାବାଦ: ପଡ଼ୋଶୀ ପାକିସ୍ତାନର ଗୋଟିଏ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଖବର ମୁତାବକ ପାକିସ୍ତାନର ଏକ ଏୟାରପୋର୍ଟ କର୍ମୀ ସେଠାରେ ଦରଦାମ ବୃଦ୍ଧିକୁ ନେଇ ସେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ଦରଦାମ ବୃଦ୍ଧି ଲାଗି ସେ ଘରୋଇ ପରିବହନ ବ୍ୟବସ୍ଥାର ଖର୍ଚ୍ଚ ମୁଣ୍ଡାଇ ପାରୁନାହାନ୍ତି । ଏଣୁ ସେ ଅଫିସ ଯିବା ଆସିବା ପାଇଁ ଗଧ ଗାଡ଼ିର ବ୍ୟବହାର କରିବାକୁ ଅନୁମତି ମାଗିଛନ୍ତି । ତେବେ ଭାରତରରେ ମଧ୍ୟ ଏଭଳି ଘଟଣା ପୂର୍ବରୁ ସାମ୍ନାକୁ ଆସିସାରିଛି । ବାଇକ୍ କିମ୍ୱା ଅଟୋ ବଦଳରେ ବଳଦ ଗାଡ଼ି ଏବଂ ଘୋଡ଼ା ଗାଡ଼ିକୁ ବିକଳ୍ପ ଭାବେ ବ୍ୟବହାର କରିଛନ୍ତି ।

ସାମ୍ୱାଦିକ ମେହରିନ୍ ଜହରା ମଲିକ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଚିଠି ସେୟାର କରିଛନ୍ତି । ଯିଏ ଜଣେ ପାକିସ୍ତାନୀ ନାଗିରିକ । ଚିଠି ଲେଖି, ଗଧ ଗାଡ଼ିରେ ଅଫିସର ଆସିବା ନେଇ ଅନୁମତି ମାଗିଛନ୍ତି । କାହିଁକି ନା ସେ ଘରୋଇ ପରିବହନର ଖର୍ଚ୍ଚ ବହନ କରିପାରିବେ ନାହିଁ ।  ଦୟାକରି ଏୟାରପୋର୍ଟକୁ ଗଧ ଗାଡ଼ି ଆଣିବାକୁ ଅନୁମତି ଦିଆଯାଉ ।

ତେବେ ଏହି ଘଟଣାଟି ପାକିସ୍ତାନର ହୋଇଥିଲେ ମଧ୍ୟ ୨୦୧୮ ମସିହାରେ ବେଙ୍ଗାଲୁରୁରୁ ଆସିଥିଲା ଏଭଳି ଖବର । ରୁପେଶ ବର୍ମା ନିଜ ଚାକିରିର ଶେଷ ଦିନରେ ଘୋଡ଼ା ଗାଡ଼ିରେ ଆସିଥିଲେ । ଯାହାର ଫଟୋ ଖୁବ ଭାଇରାଲ ହୋଇଥିଲା । ସେ ସହରର ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ବିରକ୍ତ ହୋଇଯାଇଥିବା ବେଳେ ପ୍ରଶାସନ ଧ୍ୟାନ ଆକୃଷ୍ଟ କରିବାକୁ ସେ ଏଭଳି କରିଥିଲେ ।

ଏଥିସହିତ ପଢ଼ନ୍ତୁ: କର୍ଣ୍ଣାଟକ: ଜାମିଆ ମସଜିଦ ବାହାରେ ହିନ୍ଦୁ ସଂଗଠନଙ୍କ ଧାରଣା,ହନୁମାନ ଚାଲିଶା ଜପ ପାଇଁ ଜିଦ