ରଣନୀତି ପ୍ରସ୍ତୁତ କରୁଛି ପାକିସ୍ତାନ; ଆଜି ବସିବ ପାକିସ୍ତାନ ସଂସଦର ଜରୁରୀ ଅଧିବେଶନ

1 min read

ନନ୍ଦିଘୋଷ ବ୍ୟୁରୋ : ଭାରତ ସହ ଉତ୍ତେଜନା ମଧ୍ୟରେ ରଣନୀତି ପ୍ରସ୍ତୁତ କରୁଛି ପାକିସ୍ତାନ। ଆଜି ବସିବ ପାକିସ୍ତାନ ସଂସଦର ଜରୁରୀ ଅଧିବେଶନ।  ନ୍ୟାସନାଲ ଆସେମ୍ବ୍ଲିରେ ଏହି ବୈଠକ ଅପରାହ୍ଣ ୫ ଟାରେ ବସିବ । ବୈଠକ ଡାକିଛନ୍ତି ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ । ଏହି ବୈଠକରେ ଭାରତ-ପାକିସ୍ତାନ ଉତ୍ତେଜନା ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସମ୍ବିଧାନର ଧାରା ୫୪ ଅନୁସାରେ ଏହି ବୈଠକ ଆହୂତ କରାଯାଇଛି । ବୈଠକରେ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ବିଶେଷ ଆଲୋଚନା ହେବାର ସମ୍ଭାବନା ରହିଛି । ସିନ୍ଧୁ ଜଳ ଚୁକ୍ତି ବାତିଲ ହେବା ପରେ ପାକିସ୍ତାନ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ଭାରତ ବିରୋଧରେ ବହୁ ମନ୍ତ୍ରୀ ସ୍ବର ଉତ୍ତୋଳନ କରୁଛନ୍ତି । ବୈଠକରେ ଭାରତ ବିରୋଧରେ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ରହିଛି । ସିନ୍ଧୁ ଜଳ ଅଟକାଗଲେ ବନ୍ଧ ଭାଙ୍ଗିଦିଆଯିବ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ସେହିପରି ସିନ୍ଧୁ ନଦୀ ଜଳ ବନ୍ଦ ହେଲେ ନଦୀରେ ରକ୍ତ ବହିବ ବୋଲି କହିଥିଲେ ପିପିପି ନେତା ବିଲାଓ୍ବଲ ଭୁଟ୍ଟୋ ।