spot_img

Latest Posts

ରୁଷ ରାଷ୍ଟ୍ରପତି ପୁଟିନ ଓ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କ ରୁଦ୍ଧଦ୍ବାର ବୈଠକ: ଧସେଇ ପଶିଗଲେ ଶରିଫ

ଦୁଇ ବିଶ୍ବନେତାଙ୍କ ରୁଦ୍ଧଦ୍ବାର ବୈଠକ ଭିତରକୁ ପଶିଗଲେ ପାକ୍ ପ୍ରଧାନମନ୍ତ୍ରୀ। ଏହି ଖବର ଏବେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତୁର୍କମେନିସ୍ତାନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ ଏକ ବୈଠକରେ ବସିଥିଲେ। ଦୁଇ ନେତାଙ୍କ ମଧ୍ୟରେ ରୁଦ୍ଧଦ୍ବାର ଆଲୋଚନା ହେଉଥିଲା। ହେଲେ ପୁଟିନଙ୍କ ସହ ଆଲୋଚନା କରିବା ଲାଗି ବାହାରେ ଅପେକ୍ଷା କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ପ୍ରାୟ ୪୦ ମିନଟ ଅପେକ୍ଷା କରିବା ପରେ ଶରିଫ ଧୈର୍ଯ୍ୟହରା ହୋଇ ବୈଠକସ୍ଥଳୀରେ ପ୍ରବେଶ କରିଥିଲେ। ଗାର୍ଡମାନେ ତାଙ୍କୁ ଅଟକାଇଥିଲେ ବି ସେ ଧସେଇ ପଶିଥିଲେ। ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ଲାଗି ତୁର୍କମେନିସ୍ତାନ ଗସ୍ତରେ ଯାଇଥିଲେ ଶରିଫ। ସେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଦରଙ୍କ ସହ ପ୍ରାୟ ୪୦ ମିନଟ ଅପେକ୍ଷା କରିଥିଲେ। ବୈଠକସ୍ଥଳୀରୁ ପ୍ରାୟ ୧୦ ମିନଟ ପରେ ଶେହବାଜ ଫେରିଥିବା ସୂଚନା ମିଳିଛି।

Latest Posts

Don't Miss