ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଫାଙ୍କା ଧମକ, କହିଲେ ପାଣି ବନ୍ଦ କଲେ ଜବାବ ଦେବ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ସିନ୍ଧୁ ଜଳ ଚୁକ୍ତି ବାତିଲ ପରେ ଚିନ୍ତାରେ ପଡ଼ିଯାଇଛି ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଫାଙ୍କା ଧମକ ଦେଇଛନ୍ତି, କହିଛନ୍ତି ପାଣି ବନ୍ଦ କଲେ ଦୃଢ଼ ଜବାବ ଦେବ ପାକିସ୍ତାନ । ଶାନ୍ତି ଆମର ପ୍ରାଥମିକତା ଦେଶର ସୁରକ୍ଷା ଓ ଅଖଣ୍ଡତା ସହ କୌଣସି ସାଲିସ ହେବନାହିଁ ।

ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଉଭୟ ଦେଶ ପରସ୍ପର ବିରୁଦ୍ଧରେ ଅନେକ କିଛି ବନ୍ଦ ଘୋଷଣା କରିଛନ୍ତି । ଭାରତର ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରାଯାଇଛି । ଏହି ଚୁକ୍ତି ବାତିଲ ହେବା ପରେ ପାକିସ୍ତାନ ଏବେ କ୍ରୋଧର ନିଆଁରେ ଜଳୁଛି । ଏ ନେଇ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନ ଆସିଛି । ସେ କହିଛନ୍ତି, ପାକିସ୍ତାନକୁ ପାଣି ନ ମିଳିଲେ ଏହାର ଜବାବ ଦିଆଯିବ । ଆମେ ଏହି ଦୁଃସାହସର ଯବାବ ଦେବୁ । ଆମେ ୨୪୦ ନିୟୁତ ଲୋକଙ୍କ ଦେଶ । ଆମେ ଆମର ସାହସୀ ସଶସ୍ତ୍ର ବାହିନୀ ପଛରେ ଠିଆ ହୋଇଛୁ । ଆମର ଶାନ୍ତି ପ୍ରାଥମିକତା । ଆମେ ଆମର ଅଖଣ୍ଡତା ଏବଂ ସୁରକ୍ଷାରେ କେବେବି ସାଲିକ କରିବୁ ନାହିଁ ।

ପୂର୍ବରୁ ପାକିସ୍ତାନୀ ନେତା ବିଲାଓ୍ବାଲ ଭୁଟ୍ଟୋ କହିଥିଲେ ସିନ୍ଧୁ ନଦୀର ପାଣି ପ୍ରବାହିତ ନ ହେବା ମାନେ ରକ୍ତ ପ୍ରବାହିତ ହେବ । ସିନ୍ଧୁ ନଦୀ ଆମର ଏବଂ ଆମର ହେଇ ରହିବ ।