spot_img

Latest Posts

ପାକିସ୍ତାନ ଟ୍ରେନ୍ ହାଇଜାକ୍ ଘଟଣା : ଏଯାଏଁ ୧୦୪ ଯାତ୍ରୀ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ସେନାର ଜୋରଦାର ଅପରେସନ। ବଲୁଚ୍ ଆତଙ୍କବାଦୀଙ୍କ କବଳରୁ ଶହ ଶହ ଟ୍ରେନ ଯାତ୍ରୀଙ୍କୁ ମୁକୁଳାଇବାକୁ ଜାରି ରହିଛି ଅପରେସନ। ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ମଙ୍ଗଳବାର ଜାଫର ଏକ୍ସପ୍ରେସକୁ ଅପହରଣ କରି ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ କରିଥିଲେ। ଟ୍ରେନଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ ହୋଇଛି। ଅନ୍ୟପଟେ, ବାଲୁଚ ଲିବରେଶନ ଆର୍ମି ଦ୍ୱାରା ଅପହରଣ ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହୃତମାନଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ସେନା ନିରନ୍ତର ଅପରେଶନ ଚଳାଇଛି। ସୂଚନାନୁଯାୟୀ, ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ୧୦୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଛି। ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନ ସେନା ୩୧ ମହିଳା ଏବଂ ୧୫ ଶିଶୁଙ୍କ ସମେତ ଅତି କମରେ ୧୦୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛି। ଏହି ଅପରେଶନରେ ୧୬ ଜଣ BLA ସେନା ମଧ୍ୟ ନିହତ ହୋଇଛନ୍ତି।

ସୂତ୍ର ଅନୁସାରେ, ଟ୍ରେନ ଅପହରଣ କରିଥିବା ବିଦ୍ରୋହୀମାନେ ଆଫଗାନିସ୍ତାନରେ ବସିଥିବା ମାଷ୍ଟରମାଇଣ୍ଡଙ୍କ ସହ ଯୋଗାଯୋଗରେ ଅଛନ୍ତି। ସେମାନେ ମହିଳା ଏବଂ ପିଲାମାନଙ୍କୁ ଢାଲ ଭାବରେ ବ୍ୟବହାର କରିଛନ୍ତି। ପାକିସ୍ତାନୀ ସୁରକ୍ଷା ବାହିନୀ ବିଦ୍ରୋହୀ ମାନଙ୍କୁ ଚାରିପାଖରୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି ରହିଛି। ସୂତ୍ର ଅନୁଯାୟୀ, ସ୍ଥାନ କାରଣରୁ ଏହି ଅପରେଶନ ବହୁତ କଷ୍ଟକର ଏବଂ ବିଦ୍ରୋହୀମାନେ ମହିଳା ଏବଂ ପିଲାମାନଙ୍କୁ ଢାଲ ଭାବରେ ବ୍ୟବହାର କରିଥିବାରୁ ସତର୍କତାର ସହିତ କରାଯାଉଛି।

Latest Posts

Don't Miss