‘ବିଜେପି ସରକାର ସମୟରେ ପାକିସ୍ତାନ କରୁଛି ଅଧିକ ଅସ୍ତ୍ରବିରତି ନିୟମ ଉଲଂଘନ’

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ସୀମା ପ୍ରସଙ୍ଗ । ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠୁ ଜବାବ ମାଗିଥିଲା । ଦିନକୁ ଦିନ ଭାରତ ଓ ପାକିସ୍ତାନ ସୀମାରେ ଅସ୍ତ୍ର ବିରତି ଉଂଲ୍ଲଘନ ବଢିବାରେ ଲାଗିଛି । ଏହା କାହିଁକି ହେଉଛି, ଏହାକୁ ରୋକିବାକୁ ସରକାର କି ନିଷ୍ପତ୍ତି ନେଇଛନ୍ତି, କଂଗ୍ରେସ ସରକାର ସମୟ ଠାରୁ ଏବେ କାହିଁକି ଅଧିକ ମାତ୍ରାରେ ଅସ୍ତ୍ର ବିରତି ଉଂଲ୍ଲଘନ ହେଉଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏହାର କାରଣ କଣ ବୋଲି ରାଜ୍ୟସଭାରେ ଜାଣିବାକୁ ଚାହିଁଥିଲେ କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ ।

ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଦେଶର ଯବାନ ଏବେ ସୀମାରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛନ୍ତି । ପ୍ରତ୍ୟେକ ମୁହୁର୍ତ୍ତର ମୁକାବିଲା ପାଇଁ ବୀର ଯବାନ ସଜାଗ ରହିଛନ୍ତି । କିଭଳି ଅସ୍ତ୍ର ବିରତି ଉଂଲ୍ଲଘନ ଉପରେ ରୋକ୍ ଲଗାଯାଇପାରିବ ସେନେଇ ସରକାର କାମ ଜାରି ରଖିଛନ୍ତି ।

ସେହିଭଳି ଚୀନକୁ ନେଇ ଲାଗି ରହିଥିବା ସୀମା ବିବାଦ ପ୍ରସଙ୍ଗରେ ରାଜନାଥ କହିଛନ୍ତି, ଦେଶର ଯବାନଙ୍କ ବିରତ୍ବ ପାଇଁ ଚାଇନାକୁ ଉଚି୍ତ ଜବାବ ମିଳିଛି । ସମସ୍ୟାର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି ।

Leave a Reply