spot_img

Latest Posts

ଧରାପଡ଼ିଲା ପାକିସ୍ତାନର ମିଛ: ଭାରତୀୟ ସେନା ଉପରେ ଲଗାଇଥିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ପାକିସ୍ତାନର ମିଛର ପର୍ଦ୍ଦାଫାଶ। ଭାରତୀୟ ସୈନ୍ୟ ଜାଣିଶୁଣି ଏଲଓସି ନିକଟରେ ଜାତିସଂଘର ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି ଭାରତ। ଜାତିସଂଘର କର୍ମଚାରୀଙ୍କୁ ସୁରକ୍ଷା ଦେବାରେ ପାକିସ୍ତାନ ବିଫଳ ହୋଇଥିବା ବେଳେ ଏହାକୁ ଲୁଚାଇବା ପାଇଁ ପାକିସ୍ତାନ ଏଭଳି ମିଛ ଅଭିଯୋଗ ଆଣିଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

ଶୁକ୍ରବାର LoC ନିତକଟରେ ଜାତିସଂଘ ମିଲିଟାରୀ ଅବଜରଭର୍ସ ଗାଡ଼ିକୁ ଚିରିକୋଟ ସେକ୍ଟରରେ ଭାରତୀୟ ସୈନ୍ୟ ଆକ୍ରମଣ କରିଥିବା ପାକିସ୍ତାନ ଅଭିଯୋଗ କରିଥିଲା। ତେବେ ସେହି ସେକ୍ଟରରେ ଶୁକ୍ରବାର ଭାରତୀୟ ସେନା ପକ୍ଷରୁ କୌଣସି ଗୁଳି ବିନିମୟ ହୋଇନାହିଁ। ଜାତିସଂଘର ଯାନବାହାନର ଗତିବିଧି ଆଗରୁ ଜଣାଶୁଣା, ତେଣୁ ଏପରି କୌଣସି ଗୁଳି ବିନିମୟରେ ପ୍ରଶ୍ନ ଉଠୁନାହିଁ । ତେଣୁ ଏଭଳି ମିଥ୍ୟା ଅଭିଯୋଗ କରିବା ପୂର୍ବରୁ ପାକିସ୍ତାନ ନିଜ ଦୋଷ ଦେଖୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି। ଏହି ଘଟଣାରେ ପାକିସ୍ତାନ ଅନୁସନ୍ଧାନ କରି ସଠିକ ମନ୍ତବ୍ୟ ଦେବାକୁ ଭାରତ କହିଛି।

 

Latest Posts

Don't Miss