କାଶ୍ମିରୀ ବଂଶୋଦ୍ଭବ ଇସ୍କ-ଦର ହେଲେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ

1 min read

ଲଦାଖ: ପାକିସ୍ତାନ ରାଜନୀତିରେ ହଟଚମଟ। ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍, ବୈଦେଶିକ ମନ୍ତ୍ରୀ ଇସ୍କ ଦରଙ୍କୁ ଉପ-ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି କାଶ୍ମିରୀ ବଂଶୋଦ୍ଭବ ଜଣକ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ନିକଟତମ ବ୍ୟକ୍ତି ଭାବେ ଜଣାଶୁଣା । ସେ ଏହା ପୂର୍ବରୁ ୪ଥର ପାଇଁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଶହବାଜ ସରିଫଙ୍କ ସରକାରରେ ଇସ୍କ ଦରଙ୍କୁ ଉପ-ପ୍ରଧାନମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ୟାବିନେଟ୍ ଡିଭିଜନ ଦ୍ୱାରା ଜାରି ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ବୈଦେଶିକ ବ୍ୟାପାର ମନ୍ତ୍ରୀ ମହମ୍ମଦ ଇସ୍କ ଦରଙ୍କୁ ଉପ-ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଶାହବାଜ ସରିଫ ବିଶ୍ୱ ଅର୍ଥନୀତି ଫୋରମରେ ଭାଗ ନେବାକୁ ସାଉଦି ଆରବ ଗସ୍ତରେ ଥିବାବେଳେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି।

୭୩ ବର୍ଷିୟ ଇସ୍କ ଦର ବୃତ୍ତିରେ ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଥିଲେ। ସେ ପୂର୍ବରୁ ୧୯୯୭-୯୯ ମଧ୍ୟରେ ଫେଡେରାଲ କର୍ମସ ଓ ଇନଭେଷ୍ଟମେଣ୍ଟ ଭାବରେ କାର୍ଯ୍ୟ କରିଥିଲେ। ସେ ସମୟରେ ପାକିସ୍ତାନ ସରକାରରେ ନୱାଜ ସରିଫ ପ୍ରଧାନମନ୍ତ୍ରୀ ଥିଲେ। ପରେ ସେ ୧୯୯୭ରୁ ୧୯୯୯ ପର୍ଯ୍ୟନ୍ତ ଏବଂ ୨୦୦୮ରେ କେନ୍ଦ୍ର ଅର୍ଥ ଏବଂ ପରିସଂଖ୍ୟାନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।