ଗଣତିର ଶେଷ ଦିନ: ୩ଅଙ୍କ ଛୁଇଁ ନପାରନ୍ତି ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ଆଜି ଆସିବ ଫାଇନାଲ ରିପୋର୍ଟ । ପଞ୍ଚାୟତ ଭୋଟ୍ ଗଣତିର ଆଜି ତୃତୀୟ ଦିନ । ବାକିଥିବା ୨୨୯ ଜିଲ୍ଲା ପରିଷଦ ଜୋନର ହେଉଛି ଗଣତି । ଖୋଲିଛି ଭୋଟବାକ୍ସ, ଆସିବ ଜନତାଙ୍କ ରାୟ। ଗତକାଲି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହୋଇଥିଲା। ଆଜି ବାକିଥିବା ସମସ୍ତ ଜୋନରେ ହେଉଛି ଗଣତି। ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି । ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି। ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଦ୍ୱିତୀୟ ଦିନ ଗଣତିର୨୭୦ଟି ଆସନ ମଧ୍ୟରୁ ବିଜେଡି ୨୩୬, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଖାଲି ବିଜେଡି ଆଉ ବିଜେଡି। କୋରାପୁଟ, ରାୟଗଡ଼ାରେ ବିଜେଡିକୁ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିବା ବେଳେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରକ୍ଷା କରିବାକୁ ଲଢ଼େଇ କରୁଛି। ସ୍ଥିତି ଏପରି ହୋଇଛି ‌ଯେ ବିଜେଡି ୮୯% ସିଟ୍ ଦଖଲ କରିସାରିଲାଣି। ବାକି ୧୧% ବିଜେପି, କଂଗ୍ରେସ, ସ୍ବାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି।

ଶନିବାର ପ୍ରଥମ ଦିନର ଗଣତି ହୋଇଥିବା ବେଳେ ଏଥିରେ ୩୧୫ଟି ସିଟ୍‌ରୁ ବିଜେଡି ୮୯% ଅର୍ଥାତ୍ ୨୮୨ଟି ସିଟ୍‌ରେ ବିଜୟ ହାସଲ କରିଛି। ସେହିପରି କଂଗ୍ରେସ ୪% ଅର୍ଥାତ୍ ୧୪ଟି, ବିଜେପି ୫% ସିଟ୍‌ ଅର୍ଥାତ୍ ୧୫ଟି ସିଟ୍‌ରେ ବିଜୟ ହାସଲ କରିଛନ୍ତି। ବାକି ୨% ସିଟ୍ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କ ଖାତାକୁ ଯାଇଛିି ।

ରବିବାର ରାତି ୧୦ଟା ସୁଦ୍ଧା ୮୫୩ଟି ଜୋନ୍‌ର ମୋଟ୍ ୯୧୯୧୩ଟି ବୁଥ୍‌ରୁ ୫୯୬୯୫ଟିରେ ଗଣତି ଶେଷ ହୋଇଥିବା ବେଳେ ବିଜେଡି ୫୫୩ଟିରେ, ବିଜେପି ୩୦ଟିରେ, କଂଗ୍ରେସ ୩୦ଟିରେ, ସ୍ୱାଧୀନ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟିରେ ବିଜୟ ହାସଲ କରିଥିବା ବେଳେ ୩ଟିରେ ଆଗୁଆ ଥିଲେ।

Leave a Reply