ପରଜଙ୍ଗରେ ବିଜେଡିର ନିର୍ବାଚନୀ ଅଭିଯାନ

1 min read

ଢ଼େଙ୍କାନାଳ: ପରଜଙ୍ଗରେ ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କ ସହ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହେଶ ଚନ୍ଦ୍ର ସୁବାହୁସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଦୁଇ ନେତା। ଏହାପରେ ପରଜଙ୍ଗ ବ୍ଲକ ସ୍ଥିତ ଜହ୍ନପଡାଠାରେ ଢେଙ୍କାନାଳ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଅବିନାଶ ସାମଲଙ୍କୁ ସମ୍ବର୍ଦ୍ଧିତ ଦିଆଯାଇଥିଲା। ହଜାର ହଜାର ସଂଖ୍ଯାରେ କର୍ମୀ ବିରୋଧୀ ଦଳ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳଖ କାର୍ଯ୍ୟକୁ  ନେଇ ପରଜଙ୍ଗରେ ଶୁଭିବ ଯୋଡି ଶଙ୍ଖ। ପରଜଙ୍ଗ ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ପରଜଙ୍ଗ ବିଜୁ ଜନତା ଦଳ ତରଫରୁ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସହ ଢେଙ୍କାନାଳ ସାଂସଦ ଭାବେ ଅବିନାଶ ସାମଲ ଓ ପରଜଙ୍ଗ ବିଧାୟକ ଭାବେ ନୃସିଂହ ଚରଣ ସାହୁଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ କର୍ମୀ ଶପଥ ଗ୍ରହଣ କରିଥିଲେl ସଭାରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଢେଙ୍କାନାଳ ଜିଲ୍ଲା -ପରିଷଦ ଉପାଧକ୍ଷା ବିଳାସିନୀ ସେଠୀ, ଯୁବନେତା ଅସିତ ରାୟ ଚୌଧୁରୀ, ପରଜଙ୍ଗ ନିର୍ବାଚନମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀଙ୍କ ସହ ଅଂଚଳର ପ୍ରମୁଖ ନେତା ଯୋଗ ଦେଇଥିଲେ। ଏହି ଅବସରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସଂଖ୍ଯାରେ ନେତା ଓ କର୍ମୀ ଵିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।