spot_img

Latest Posts

ଚୀନ୍ ସହ ସମ୍ପର୍କ ଭାଙ୍ଗିବ ଟିକଟକ୍, ବିକ୍ରି ହେବ ଭିଡିଓ ସେୟାରିଂ ଆପ୍

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ TikTok ପାଇଁ ୨୦୨୦ ମସିହା ଭଲ ନଥିଲା । ଚାଇନା କନେକ୍ସନ ହେତୁ ଗୋଟିଏ ପରେ ଗୋଟିଏ ଦେଶ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ଚୀନ୍ ପରେ ଟିକ୍ ଟକ୍ ର ସବୁଠୁ ଅଧିକ ୟୁଜର ଥିବା ଦେଶ ଭାରତରେ ମଧ୍ୟ ଏହି ଆପ୍ ଜୁନ୍ ଶେଷରେ ବ୍ୟାନ୍ କରାଯାଇଥିଲା। ବର୍ତ୍ତମାନ ଆମେରିକା ଏବଂ ଜାପାନ ଭଳି ଦେଶ ମଧ୍ୟ ଏହା କରିବାକୁ ଯାଉଛନ୍ତି।

କିନ୍ତୁ ୟୁଜରଙ୍କ ବିନା ଅନୁମତିରେ ବିଦେଶରେ ଉପଭୋକ୍ତାଙ୍କ ତଥ୍ୟ ପଠାଇବା ଏବଂ ଏହାକୁ ବାହର ସର୍ଭରରେ ଷ୍ଟୋର କରିବାର ଅଭିଯୋଗ ମଧ୍ୟ ରହିଛି । ଡାଟା ସହ ଜଡିତ ଅଭିଯୋଗ ପରେ ସାଉଥ କମ୍ପାନୀ ବାରମ୍ବାର ସ୍ପଷ୍ଟ କରୁଛି ଯେ,ଚାଇନିଜ୍ ସରକାର ସହ ଏହାର ୟୁଜର୍ସଙ୍କ ଡାଟା କେବେ ସେୟାର କରାଯିବ ନାହିଁ ।

ବାସ୍ତବରେ, ଟିକଟକ୍ ର ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍ ଡାନ୍ସ ଚାଇନିଜ୍ ଏବଂ ଭାରତ ପରେ, ଆମେରିକାର ୟୁଜର୍ ବେସ୍ ହରାଇବାକୁ ଚାହେଁ ନାହିଁ ।  ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ନିଜେ ଏହି ଆପକୁ ବ୍ୟାନ୍ କରିବା ବିଷୟରେ କହିଛନ୍ତି  । ଏଥିରୁ ରକ୍ଷା ପାଇବା ପାଇଁ ଟିକଟକ୍ ଆପ୍ ବର୍ତ୍ତମାନ ବିକ୍ରି ହେବାକୁ ଚାହୁଁଛି। କୋରିଆ ସମେତ ଅନେକ ଦେଶ ଏହି ଆପ ବିରୋଧରେ କୋଟି କୋଟି ଟଙ୍କା ଜରିମାନା କରିଛନ୍ତି। ଏହି ଆପର ଚାଇନିଜ୍ ପରିଚୟ କମ୍ପାନୀ ପାଇଁ କ୍ଷତିକାରକ ପ୍ରମାଣିତ ହେଉଛି । ଏପରି ପରିସ୍ଥିତିରେ, ଉପଭୋକ୍ତାମାନଙ୍କ ମଧ୍ୟରେ ରହିବା ପାଇଁ  ଏକମାତ୍ର ବିକଳ୍ପ ହେଉଛି ଚୀନ୍ ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିବ ।

ଗଣମାଧ୍ୟମର ଏକ ଅନୁସନ୍ଧାନରୁ ସୂଚନା ମିଳିଛି ଯେ, ଆମେରିକାରେ ବ୍ୟାନରୁ ବଞ୍ଚିବାକୁ ଏବଂ ନିଜକୁ ବଞ୍ଚାଇ ରଖିବାକୁ ଟିକଟକ୍ ବିକ୍ରି ହେବା ଆବଶ୍ୟକ । ବିଡ଼ିଓ ସେୟାରିଂ ସର୍ଭିସ ଚାହୁଁଛି ଯେ, ତାହାକୁ ମାଇକ୍ରୋସଫ୍ଟ କିଣୁ ଏବଂ ଏଥିରେ ସେ ଆଗକୁ ମଧ୍ୟ ବଢୁଛି । ଟିକଟକ୍ ସିଇଓ କେବିନ ମେୟର ନିକଟରେ କହିସାରିଛନ୍ତି ଯେ, ଟିକଟକକୁ ଟାର୍ଗେଟ କରାଯାଉଛି କିନ୍ତୁ ଆମେ ଶତ୍ରୁ ନୁହେଁ । ଏମିତି ଲାଗୁଛି ଯେ, ଆପ୍ ହାର ମାନି ନେଇଛି ଏବଂ ନିଜକୁ ବଞ୍ଚେଇବାକୁ ବିକ୍ରି ହେବାକୁ ରାଜି ହୋଇଛି ।

Latest Posts

Don't Miss