spot_img

Latest Posts

ଝିଅ ପାଠ ପଢିବାକୁ କହିବାରୁ ଦଣ୍ଡ, ବନ୍ଦ ଘରେ ଶିକୁଳିରେ ବାନ୍ଧି ରଖିଲେ ବାପାମାଆ

କୋଲକାତା: ଝିଅ ପାଠ ପଢିବାକୁ କହିବାରୁ ୭ଦିନ ଧରି ଲୁହା ଶିକୁଳିରେ ବାନ୍ଧି ରଖିଲେ ଘର ଲୋକ। ଝିଅକୁ ପାଠ ପଡିବାକୁ ଦେବେ ନାହିଁ କହି ଏକ ବନ୍ଦ ଘରେ ଶିକୁଳିରେ ବାନ୍ଧି ରଖିଲେ ବାପାମାଆ ଏବଂ ବଡ ଭାଇ। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଘୁସୁଡ଼ି ଅଞ୍ଚଳ ଦୟାରାମ ନସ୍କର ଲେନରେ | ଛାତ୍ରୀ ଜଣଙ୍କ ତୃତୀୟ ସେମିଷ୍ଟାର ପଢିବାକୁ ଘର ଲୋକଙ୍କୁ କହିଥିଲେ । କିନ୍ତୁ ଘର ଲୋକ ପାଠ ପଢିବାକୁ ମନା କରି ଝିଅକୁ ଶିକୁଳିରେ ବାନ୍ଧି ଏକ ବନ୍ଦ ଘରେ ୭ଦିନ ଗୃହବନ୍ଦୀ ଭାବେ ରଖିଥିଲେ। ଏହି ଖବର ପାଖ ପଡୋଶୀ ଜାଣିବା ପରେ ମାଲି ପାଞ୍ଚଘୋଡା ପୋଲିସ ଷ୍ଟେସନରେ ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଝିଅକୁ ଉଦ୍ଧାର କରିବା ସହ ବାପା ମାଆ ଓ ବଡ ଭାଇକୁ ନେଇ ଅଧିକ ପଚରା ଉଚରା କରିଛି ।  ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରଘଟ ପରେ ଲୋକମାନେ ଘଟଣାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। ପୋଲିସ ପ୍ରକୃତ କାରଣ ଖୋଜୁଛି ।

Latest Posts

Don't Miss