ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ

ନୂଆଦିଲ୍ଲୀ: ପିଏମ୍‌ଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ । ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ । ପରୀକ୍ଷା ହେଉଛି ଜୀବନର ଅଙ୍ଗ । ଏହାକୁ ସାମ୍ନା କରିବାକୁ ପଡ଼ିବ । ପରୀକ୍ଷାକୁ ପର୍ବ ଭାବିବା ଦରକାର ବୋଲି ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପରୀକ୍ଷା ଜୀବନର ଏକ ଛୋଟ ଅଙ୍ଗ ଭାବନ୍ତୁ । ଏକ୍ସାମପ୍ରୁଭ୍ ହୋଇସାରିଥିବା ବିଶ୍ବାସ ମନରେ ରଖନ୍ତୁ । ପୂର୍ବର ଅନୁଭୂତିକୁ ଜମା ବି ଛୋଟ ଭାବନ୍ତୁନି । ଯାହା ହୋଇସାରିଛି ସେଥିରେ ପୂରା ଆତ୍ମବିଶ୍ୱାସ ରଖନ୍ତୁ । ଅନ୍ୟକୁ ଅନୁକରଣ କରନ୍ତୁ ନାହିଁ । ଶୁଣା କଥା ନୁହେଁ, ଯାହା ଆପଣ ପୂର୍ବରୁ କରୁଥିଲେ କରନ୍ତୁ । ଦୈନିକ ଦିନଚର୍ଯ୍ୟାରେ ବଡ଼ ପରିବର୍ତ୍ତନର ଆବଶ୍ୟକତା ନାହିଁ । ଦୋଷ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପାଠପଢ଼ାର ନୁହେଁ । ମାଧ୍ୟମ ସମସ୍ୟା ନୁହେଁ ମନ ସମମ୍ୟା । ମନ ଯୋଡ଼ି ହୋଇଥିଲେ ମାଧ୍ୟମ ବଡ଼ କଥା ନୁହେଁ ।

କାର୍ଯ୍ୟକ୍ରମ ଆରମ୍ଭରୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ପ୍ରୋଜେକ୍ଟ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସାରା ଦେଶର ଛାତ୍ରଛାତ୍ରୀ ଅନଲାଇନ ଓ ଅଫଲାଇନ ମୋଡରେ ସାମିଲ ହୋଇଥିଲେ ।