spot_img

Latest Posts

ଘର ଛାଡ଼ିବାର ସମୟ ଆସିଗଲା, ସଂସଦ ସ୍ମୋକ୍ କାଣ୍ଡ ଅଭିଯୁକ୍ତଙ୍କ ସିକ୍ରେଟ୍ ଡାଏରୀ

ନୂଆଦିଲ୍ଲୀ :  ସଂସଦରେ ସୁରକ୍ଷା ତ୍ରୁଟି ଘଟଣାରେ ପୋଲିସ ହାତରେ ଲାଗିଲା ଅଭିଯୁକ୍ତର ସିକ୍ରେଟ୍ ଡାଏରୀ । ଗିରଫ ଅଭିଯୁକ୍ତ ସାଗର ଶର୍ମାର ଡାଏରୀ ପୋଲିସ ପାଇଛି । ଏହି ଡାଏରୀ ଦ୍ୱାରା ଘଟଣାର ଅନେକ ଖୁଲାସା ହେବ ବୋଲି ଆଶା କରାଯାଉଛି ।

ସଂସଦର ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ସାଗର ଶର୍ମାଙ୍କ ଲକ୍ଷ୍ନୌ ସ୍ଥିତ ଘରୁ ପୋଲିସ ଏକ ଡାଏରୀ ପାଇଛି। ଯେଉଁଥିରେ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। । ଏଥିରେ ଲେଖାଯାଇଛି ଯେ, ଗୋଟିଏ ପଟେ ଭୟ ରହିଛି ଏବଂ ଅନ୍ୟ ପଟେ କିଛି କରିବାର ନିଆଁ ଅଛି ।

ସାଗର ଆହୁରି ମଧ୍ୟ ଲେଖିଛନ୍ତି, ‘ଘରକୁ ବିଦାୟ କହିବାର ସମୟ ପାଖେଇ ଆସିଛି। ଗୋଟିଏ ପାର୍ଶ୍ୱରେ ଭୟ ଅଛି ଏବଂ ଅନ୍ୟ ପଟେ କିଛି କରିବାର ନିଆଁ ଜଳୁଛି । ଭଲ ହୁଅନ୍ତା ଯଦି ମୁଁ ମାଆ ବାପାଙ୍କୁ ମୋ ପରିସ୍ଥିତି ଜଣାଇପାରିଥାନ୍ତି। କିନ୍ତୁ ସଂର୍ଘଷର ରାସ୍ତା ବାଛିବା ମୋ ପାଇଁ ସହଜ ନଥିଲା । ପ୍ରତ୍ୟେକ ଦିନ ଏହାକୁ ନେଇ ଚିନ୍ତା କରୁଥିଲି । ମୁଁ ୫ ବର୍ଷ ଧରି ଅପେକ୍ଷା କରିଥିଲେ ଯେ, ଗୋଟିଏ ଦିନ ଏମିତି ଆସିବ ଯେତେବେଳେ ମୁଁ ମୋର କର୍ତ୍ତବ୍ୟପଥ ଆଡକୁ ଆଗେଇବି। ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ସିଏ ନୁହଁ ଯିଏ ଛଡ଼େଇ ନେବା ଜାଣନ୍ତି । ବରଂ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ସିଏ ହୋଇଥାଏ ଯିଏ  ସୁଖ ତ୍ୟାଗ କରିବାର କ୍ଷମତା ରଖିଥାଏ ।

ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ସାରା ଦେଶରେ ତୁମ୍ବି ତୋଫାନ ଲାଗି ରହିଛି। ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ବିଶେଷ କରି ଠିକ୍‌ ଡିସେମ୍ବର ୧୩ ୨୦୦୧ରେ ଘଟିଥିବା ସମାନ ଘଟଣା ପୁଣି ସମାନ ଦିନରେ ଘଟିବା ଆଉ ସେ ବି ନୂଆ ସଂସଦ ଭବନରେ ତାହା ସମସ୍ତଙ୍କୁ ତାଜୁବ କରିଛି। ଏନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ ସଂସଦ ସୁରକ୍ଷା ତ୍ରୁଟି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ସଂସଦ ଷଡ଼ଯନ୍ତ୍ର ମାମଲାରେ ଆତ୍ମସମର୍ପଣ କରିଛି ମାଷ୍ଟର ମାଇଣ୍ଡ ଲଳିତ ଝା । ଦିଲ୍ଲୀ କର୍ତ୍ତବପଥ ଥାନାରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ପରେ ଅଭିଯୁକ୍ତ ଲଳିତକୁ ଗିରଫ କରିଛି ପୋଲିସ। ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ୪ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପୋଲିସ।

Latest Posts

Don't Miss