ଶୁଆ ସାକ୍ଷୀରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ହେବେ ଦଣ୍ଡିତ !

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ସାକ୍ଷୀ ଦେବ ଶୁଆ। କେବଳ ଏତିକି ନୁହେଁ ଶୁଆର ସାକ୍ଷୀରେ ଜଣେ ଅଭିଯୁକ୍ତ ଦଣ୍ଡ ମଧ୍ୟ ପାଇବ। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆର୍ଜେଣ୍ଚିନା କୋର୍ଟରେ ୨ ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏକ ଶୁଆର ସାକ୍ଷୀରେ ଦଣ୍ଡିତ କରାଯାଇଛି ।

ସୂଚନା ମୁତାବକ ଅଭିଯୁକ୍ତ ଜଣେ ୪୬ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଛନ୍ତି। ମହିଳାଙ୍କ ଶବ ତାଙ୍କ ଭଡ଼ାଘରୁ ମିଳିଛି, ଯେଉଁଠି ଅନ୍ୟ ୨ ଜଣ ସଦସ୍ୟ ମଧ୍ୟ ରୁହନ୍ତି। ତେବେ ଏମାନଙ୍କ ବୟାନ ନେବା ପରେ ଘରେ ଥିବା ଏକ ଶୁଆଠୁ ଅଭିଯୁକ୍ତ ବିରୁଦ୍ଧରେ ପ୍ରମୁଖ ସୁରାଗ ମିଳିଥିବା ପୋଲିସ କୋର୍ଟକୁ କହିଛି।

ଶୁଆଟି କୋର୍ଟରେ ସାକ୍ଷୀ ଦେବାବେଳେ ସ୍ଥାନୀୟ ଭାଷାରେ କହିଥିଲା, ‘ନା….ଦୟାକର…ମୋତେ ଯିବାକୁ ଦିଅ।’ ପୋଲିସ ମୁତାବକ ଘଟଣା ସମୟରେ ଶୁଆଟି ଘଟଣାସ୍ଥଳରେ ଥିଲା ଓ ଏହାକୁ ପୀଡ଼ିତା ହିଁ ପାଳୁଥିଲେ।  ପୋଲିସର କହିବା କଥା ଯେ, ତାଙ୍କ ମାଲିକାଣୀର ଶେଷ ଶବ୍ଦ ଶୁଣିବା ପରେ ଶୁଆଟିକୁ ସକ୍ତ ଧକ୍କା ଲାଗିଛି। ଆଉ ବାରମ୍ବାର ସେହି ଶବ୍ଦ ଗୁଡ଼ିକୁ କହୁଛି। ଜଣାଇଦେବାକୁ ଚାହୁଁ ଯେ ଘଟଣାଟି ୨୦୧୮ ଡିସେମ୍ବରରେ ଘଟିଥିଲା। ବର୍ତ୍ତମାନ ଏହାର ୨ ଜଣ ଅଭିଯୁକ୍ତଙ୍କୁ ଶୁଆର ସାକ୍ଷୀ ଆଧାରରେ ଓ ଅନ୍ୟ କିଛି ପ୍ରମାଣ ଆଧାରରେ ଦଣ୍ଡିତ କରାଯିବ।

Leave a Reply