spot_img

Latest Posts

ରନଓ୍ବେରେ ଡିନର: ବିମାନ ଉଡାଣରେ ବିଳମ୍ବ ହେବାରୁ ରନୱେରେ ବସି ଖାଇଲେ ଯାତ୍ରୀ

ମୁମ୍ବାଇ: ବିମାନ ଉଡାଣରେ ବିଳମ୍ବ ହେବାରୁ ବିମାନ କଡ଼ରେ ରନୱେରେ ବସି ଖାଦ୍ୟ ଖାଇଲେ ଯାତ୍ରୀ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିମାନର ଉଡାଣରେ ବିଳମ୍ବ ଓ ଗତିପଥ ପରିବର୍ତ୍ତନରୁ ଅପେକ୍ଷାରତ ଯାତ୍ରୀ ବିମାନ କଡ଼ରେ ବସି ଖାଦ୍ୟ ଖାଇଥିଲେ। ମୁମ୍ବାଇ ଏୟାରପୋର୍ଟର ଏ ଦୃଶ୍ୟ। ଘନ କୁହୁଡ଼ି କାରଣରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଗୋଆରୁ ଉଡାଣ ଭରିଥିବା ଏ ବିମାନ ଦିଲ୍ଲୀ ଯାଉଥିଲା ।

ତେବେ ବିମାନର ଗତିପଥ ପରିବର୍ତ୍ତନ କରି ମୁମ୍ବାଇରେ ଅବତରଣ କରିଥିଲା । ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବରୁ ମୁମ୍ବାଇ ଏୟାରପୋର୍ଟରେ ବିମାନ ନିକଟରେ ଚଟାଣରେ ବସି ଡିନର କରିଥିଲେ ଯାତ୍ରୀ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋର ଏହି ବିମାନ ବୋଲି ଜଣାପଡିଛି। ଏହି ଘଟଣା ସାମନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଇଣ୍ଡିଗୋକୁ କାରଣ ଦର୍ଶାଇ ନୋଟିସ୍ ଜାରି କରିଛି । ଇଣ୍ଡିଗୋ ଏବଂ ମୁମ୍ବାଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏ ନେଇ ଜବାବତଲବ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତ୍ରାଳୟର ଅନ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଉପରେ ଗୁରୁତ୍ବାରୋପ କରିଛନ୍ତି ।ଦିଲ୍ଲୀରେ ୧୬୮ରୁ ଅଧିକ ବିମାନର ଉଡାଣ ଓ ଅବତରଣ ବିଳମ୍ବ ହୋଇଛି। ୮୪ ଫ୍ଲାଇଟର ଉଡାଣ ରଦ୍ଦ କରିଥିବାବଳେ ୧୦ ବିମାନର ରୁଟ୍ ପରିବର୍ତ୍ତନ କରାଯାଇଥିଲା। ଦିଲ୍ଲୀରେ ଓହ୍ଲାଇବାକୁ ଥିବା ଅନେକ ବିମାନକୁପ ରାଜସ୍ଥାନର ଜୟପୁର ଓ ଗୋଆକୁ ପରିବର୍ତ୍ତନ କରାଯାଇଥିଲା ।

Latest Posts

Don't Miss