ଟି-୨୦ ବିଶ୍ବକପ ଟିମରୁ ପାଟ୍ କମିନ୍ସ ଆଉଟ, କାହାକୁ ସାମିଲ କଲା ଅଷ୍ଟ୍ରେଲିଆ ?
ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ୍ ପୂର୍ବରୁ ଟିମ୍ ଅଷ୍ଟ୍ରେଲିଆକୁ ଝଟକା । ଦ୍ରୁତ ବୋଲର୍ ପାଟ୍ କମିନ୍ସ ବିଶ୍ବକପ୍ ଟିମରୁ ବାହାର ହୋଇଯାଇଛନ୍ତି । ଆଘାତ ସମସ୍ୟା ପାଇଁ ତାଙ୍କୁ ବିଶ୍ବକପରୁ ବାହାର ହେବାକୁ ପଡ଼ିଛି । ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ବେନ ଦ୍ବାରଶୁଇସଙ୍କୁ ସାମିଲ କରିଛି । ଏହାସହ ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଫାଇନାଲ ଟିମ ବି ଘୋଷଣା କରିଛି । ଯେଉଁଥିରେ ଦୁଇଟି ପରିବର୍ତ୍ତନ କରାଯାଇଛି ।
ବ୍ୟାକ ଇଞ୍ଜୁରୀ କାରଣରୁ ବିଶ୍ବକପରୁ ବାହାର
ଆଘାତ କାରଣରୁ କମିନ୍ସଙ୍କୁ ତ ଫାଇନାଲ ଟିମରେ ସ୍ଥାନ ମିଳିନି । ସେହିପରି ମ୍ୟାଥୁ ଶର୍ଟ୍ସଙ୍କୁ ବି ସ୍ଥାନ ମିଳିନି । କମିନ୍ସଙ୍କ ବ୍ୟାକ ଇଞ୍ଜୁରି ଭଲ ହୋଇ ନଥିବାରୁ ଫାଇନାଲ ଲିଷ୍ଟରେ ସ୍ଥାନ ମିଳିନି ।
କାହାକୁ ମିଳିଲା ସ୍ଥାନ ?
ପାଟ୍ କମିନ୍ସଙ୍କ ସ୍ଥାନରେ ବାମହାତୀ ଫାଷ୍ଟ ବୋଲିର ବେନ ଦ୍ବାରଶୁଇସଙ୍କୁ ସ୍ଥାନ ମିଳିଛି । ସେହିପରି ମ୍ୟାଥୁ ଶର୍ଟ୍ସଙ୍କ ସ୍ଥାନରେ ମ୍ୟାଟ୍ ରେନଶା ଅଷ୍ଟ୍ରେଲିଆର ୧୫ ଜଣିଆ ଫାଇନାଲ ଲିଷ୍ଟରେ ସ୍ଥାନ ମିଳିଛି । ଏହି ଦୁଇ ଖେଳାଳି ଭାରତ ଓ ଶ୍ରୀଲଙ୍କାରେ ହେଉଥିବା ଟି-୨୦ ବିଶ୍ବକପରେ ଭଲ ପ୍ରଦର୍ଶନ କରିବେ ବୋଲି ଆଷ୍ଟ୍ରେଲିଆ ଟିମର ଚୟନକର୍ତ୍ତା ନୋନି ଡୋଡମେଡ ଆଶାବ୍ୟକ୍ତ କରିଛନ୍ତି ।
କାହିଁକି ସିଲେକ୍ଟ ହେଲେ ବେନ ଏବଂ ରେନଶା ?
ବେନ ଦ୍ବାରଶୁଇସଙ୍କୁ ସିଲେକ୍ଟ କରାଯବାକୁ ନେଇ ଚୟନକର୍ତ୍ତା କହିଛନ୍ତି, ସେ ଟିମକୁ ଜଣେ ବାମହାତୀ ପେସର ଅପସନ ଦେବାକୁ ଚାହୁଁଥିଲେ । ଏହାବାଦ ସେ ଜଣେ ଭଲ ଫିଲ୍ଡର ଏବଂ ଶେଷ ବେଳକୁ ଟିମ୍ ପାଇଁ କିଛି ରନ୍ ବି କରିବାକୁ ସକ୍ଷମ । ସେହିପରି ମ୍ୟାଟ ରେନଶା ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କୁ ମିଳିବା ଦ୍ବାରା ମିଡିଲ ଅର୍ଡର ଆହୁରି ଶକ୍ତିଶାଳୀ ହେବ ।
ଦ୍ବାରଶୁଇସ ଏବଂ ରେନଶାଙ୍କ ପ୍ରଦର୍ଶନ
ବେନ ଦ୍ବାରଶୁଇସ ଅଷ୍ଟ୍ରେଲିଆ ପାଇଁ ୧୩ଟି ଟି-୨୦ ଇଣ୍ଟରନ୍ୟାସନାଲ ଖେଳିଛନ୍ତି । ଏଥିରେ ସେ ୨୦ଟି ଓ୍ବିକେଟ ପାଇଛନ୍ତି । ସେ ଭାରତ ବିପକ୍ଷରେ ୨୦୨୫ ନଭେମ୍ବରରେ ଟି-୨୦ ଡେବ୍ୟୁ କରିଥିଲେ । ମ୍ୟାଟ ରେନଶା ପାଖରେ ମାତ୍ର ଗୋଟିଏ ଟି-୨୦ ଇଣ୍ଟରନ୍ୟାସନାଲରର ଅଭିଜ୍ଞତା ରହିଛି । ଗତ ୨୯ ତାରିଖରେ ଲାହୋରରେ ପାକିସ୍ତାନ ବିପକ୍ଷରେ ସେ ଟି-୨୦ ଡେବ୍ୟୁ କରିଛନ୍ତି ।
ଟିମ ଅଷ୍ଟ୍ରେଲିଆର ଫାଇନାଲ ଲିଷ୍ଟ
ମିଚେଲ ମାର୍ଶ (ଅଧିନାୟକ)
ଜେଭିୟର ବର୍ଟଲେଟ
କୁପର କନୋଲି
ଟିମ ଡେଭିସ୍
ବେନ୍ ଦ୍ବାରଶୁଇସ
କାମେରୁନ ଗ୍ରୀନ
ନାଥନ ଏଲିସ
ଟ୍ରେଭିସ ହେଡ
ଜୋଶ ଇଂଲିସ
ଜୋଶ ହେଜଲଉଡ
ମ୍ୟାଥୁ କୁହ୍ନେମାନ
ଗ୍ଲେନ୍ ମୋକ୍ସଓ୍ବେଲ
ମ୍ୟାଟ ରେନଶା
ମାର୍କସ ଷ୍ଟୋଇନିସ
ଆଡାମ ଜାମ୍ପା

