କୂଳ ପୁରୋହିତଙ୍କ କଳାକାରନାମା, ଚାକିରି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

ପାଟକୁରା: କୂଳ ପୁରୋହିତଙ୍କ କଳା କାରନାମା । ଚାକିରି କରାଇଦେବା ନାଁରେ ଜଜମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ନନା । ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ନିକିରାଇ ଥାନା ଅଧୀନ ଢୋଲ ଯମରା ଗାଁରୁ । ଗ୍ରାମର ରବୀନ୍ଦ୍ର ସାହୁଙ୍କ ପୁଅକୁ ସେନାରେ ଚାକିରି କରାଇ ଦେବାକୁ କହି ପୁରୋହିତ ବାସୁଦେବ ପଣ୍ଡା ଟଙ୍କା ମାଗିଥିଲେ ।

ରବୀନ୍ଦ୍ର ସୁନା ଅଳଙ୍କାର ଓ ଜମି ବିକ୍ରି କରି ୧୫ଲକ୍ଷ ଟଙ୍କା ଦେଇଥିଲେ । ମାତ୍ର ଚାକିରି ହୋଇ ନଥିବା ବେଳେ ପୁରୋହିତ ମଧ୍ୟ ଧରାଛୁଆଁ ଦେଉ ନାହାନ୍ତି । ସେହିପରି ଜମରା ଅଞ୍ଚଳର କରୁଣାକର ରଣାଙ୍କ ଭାଇଙ୍କୁ ରକ୍ତ କର୍କଟ ହୋଇଥିବା କହିବା ସହ ଚିକିତ୍ସା ପାଇଁ ୬୫ ଲକ୍ଷ ଖର୍ଚ୍ଚ ହେବ ବୋଲି କହିଥିଲେ । କରୁଣାକର ପୁରୋହିତଙ୍କୁ ୬ଲକ୍ଷ 10ହଜାର ଟଙ୍କା ଦେଇଥିଲେ ।

ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ରକ୍ତ କର୍କଟ ହୋଇ ନଥିବା ଜଣାପଡ଼ିଥିଲା । ତେବେ ପୁରୋହିତଙ୍କୁ ଟଙ୍କା ମାଗିବାରୁ ସେ ଧମକ ଦେଉଥିବା ଅଭିଯୋଗ ହୋଇଛି । ପୁରୋହିତଙ୍କ ନାଁରେ ଏକାଧିକ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।