ଡାକିବା ପରେ ଆସିଲାନି ଆମ୍ବୁଲାନ୍ସ, ଆହତ ଯୁବକଙ୍କୁ ବଞ୍ଚାଇବାକୁ JCBରେ ଡାକ୍ତରଖାନା ଆଣିଲେ ପରିବାର ଲୋକ

ଭୋପାଳ: ବାରମ୍ବାର ଡାକିବା ପରେ ବି ଆସିଲା ନାହିଁ ଆମ୍ବୁଲାନ୍ସ । ଆହତ ଯୁବକଙ୍କୁ ବଞ୍ଚାଇବା ପାଇଁ ବୁଲଡୋଜରରେ ଡାକ୍ତରଖାନାକୁ ଆଣିଲେ ପରିବାର ଲୋକ । ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର କାଟନି ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାରହା ଖାତାଉଲି ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଜଣେ ବାଇକ ଆରୋହୀ ଗୁରତର ଆହତ ହୋଇଥିଲେ । ଯୁବକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । କିନ୍ତୁ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ଆହତ ଯୁବକଙ୍କ ଅବସ୍ଥା ବିଗିଡିବା ଦେଖି ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟ ଜେସିବି ଡାଲାରେ ଡାକ୍ତରଖାନା ନେଇଥିଲେ ।