ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ବିଷାକ୍ତ ସାପ ଛାଡ଼ି ରୋଗୀ ଛୁ’

ଢେଙ୍କାନାଳ: ହସ୍ପିଟାଲରେ ବିଷାକ୍ତ ସାପ ଛାଡି ରୋଗୀ ଛୁ । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲ ଓପିଡି ଆଗରେ ଏକପ୍ଲାଷ୍ଟିକ ଡବା ଭିତରେ ସାପଟିକୁ ଛାଡି ଜଣେ ରୋଗୀ ପଳାଇଥିବା ଜଣାପଡିଛି । ଜଣେ ସାପ କାମୁଡା ମହିଳା ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲ, ସାଙ୍ଗରେ ସେ ସାପଟିକୁ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରାଇ ନେଇ ଆସିଥିଲେ ।

ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇ ହଠାତ କୁଆଡେ ଗାୟବ ହୋଇ ଯାଇଥିଲେ । ବହୁ ସମୟ ଧରି ନଆସିବାରୁ ସାପକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ତେବେ ସାପଟି ବିଶାକ୍ତ ବାଉଁଶ ନଡିଆବୋଡା ପ୍ରଜାତିର ବୋଲି ଜଣାପଡିଛି । ସ୍ନେକ ହେଲ୍ପ ଲାଇନ ଖବର ପାଇବା ପରେ ସାପଟିକୁ ଉଦ୍ଧାରକରି ମେଘା ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି ।