spot_img

Latest Posts

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କୁ ଫାଶୀ ଦଣ୍ଡାଦେଶ

ପାଟ୍‌ନା: ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ‌ରେ ବିହାରର ଜଣେ ସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ସମାନ ମାମଲାରେ ଜଣେ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସ୍ୱତନ୍ତ୍ର ପୋକ୍‌ସୋ ଜଜ୍‌ ଅଧ୍ୱେଷ କୁମାର ଏକ ନିର୍ଦ୍ଦେଶ ଜାରି କରି ଅରବିନ୍ଦ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇବା ସହ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛନ୍ତି । ସେହିପରି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଜଣେ ଅଭିଯୁକ୍ତ ଅଭିଷେକ କୁମାରଙ୍କୁ ୫୦ ହଜାର ଜରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ପୀଡ଼ିତା ନାବାଳିକା ଜଣକ ଭୀଷଣ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସେ ଗର୍ଭବତୀ ଥିବା ଜାଣିବାକୁ ମିଳିଲା । ଫଳରେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏହି ଘଟଣା ଉପରୁ ପରଦା ହଟିଥିଲା।

ପୀଡ଼ିତା ଗର୍ଭବତୀ ଥିବା ଜାଣିବା ପରେ ଡାକ୍ତର ଓ ତାଙ୍କ ପରିବାର ଲୋକ ତାଙ୍କୁ ସବୁ ସତ କରିବାକୁ କହିଥିଲେ । ପୀଡ଼ିତା ନାବାଳିକା ଜଣକ ଶେଷରେ ନିଜ ସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କ ବିଷୟରେ ସମସ୍ତଙ୍କ ଆଗରେ ଜଣାଇଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।

Latest Posts

Don't Miss