ମାସେ ପରେ ପିସିସି ଟିମର ହେବ ସଂପ୍ରସାରଣ, ଜାଣନ୍ତୁ କଣ କହିଲେ ପିସିସି ସଭାପତି
1 min read
ନନ୍ଦିଘୋଷ ବ୍ୟୁରୋ: ମାସେ ପରେ ପିସିସି ଟିମର ହେବ ସଂପ୍ରସାରଣ । ପିସିସିର ନୂଆ ଟିମକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ l ନୂଆ ଟିମକୁ ନେଇ କଂଗ୍ରେସ ନେତାମାନେ ଧଯ୍ୟ ଧରନ୍ତୁ ବୋଲି ସେ କହିଛନ୍ତି। ଟିମରେ ସାମିଲ ବଡ କଥା ନୁହେଁ, କଂଗ୍ରେସ ପାଇଁ କାମ କରିବାକୁ ନେତାଏ ଆଗ୍ରହ ପ୍ରକାଶ କରିବା ଦରକାର l ବହୁ ନେତା ୨୫ ବର୍ଷ ହେବ କଂଗ୍ରେସରେ ଥିବାରୁ ପଦ ଦରକାର ବୋଲୁ କହୁଛନ୍ତି । ପଦ ନୁହେଁ କଂଗ୍ରେସ ସମସ୍ତଙ୍କୁ ସମ୍ମାନ ଦେବ । ଯିଏ କାମ କରିବ , ସେ ସମ୍ମାନ ପାଇବ । ନୂଆ ଟିମରେ ପରିବର୍ତ୍ତନର ଆବଶ୍ୟକତା । ୩୦ ଜଣିଆ ଟିମରେ ଆଠ ଜଣ ଆଦିବାସୀ ଅଛନ୍ତି, ୭ଜଣ obc ଅଛନ୍ତି, ସବୁ ଜାତିର ନେତାଙ୍କୁ ନେଇ ଛୋଟ ଟିମ୍ ହୋଇଛି । ନିର୍ବାଚିତ ବିଧାୟକମାନଙ୍କୁ ଟିମରେ ଗୁରୁତ୍ବ ଦିଆଯାଇଛି l ସେମାନଙ୍କୁ ପଦ ପଦବୀ ଦେଇ ଦଳୀୟ କାମ କରିବେ l ଏକ ମାସ ପରେ ଟିମର ସଂପ୍ରସାରଣ କରାଯିବ l ବହୁ ଲୋକଙ୍କୁ ପୁଣି ଟିମରେ ସାମିଲ କରାଯିବ ବୋଲିସ ଭକ୍ତ କହିଛନ୍ତି।