ଭାରତ ଚୀନ ସୀମାରେ ପର୍ଯ୍ୟଟକଙ୍କ ଭିଡ଼, -୨୫ ଡିଗ୍ରିରେ ସ୍କେଟିଂ ସହ ଆଇସ୍ ହକିର ମଜା ନେଉଛନ୍ତି ପର୍ଯ୍ୟଟକ

ଭାରତ ଚୀନ ସୀମାରେ ଯେତେବେଳେ ମୁହାଁମୁହିଁ ହେଉଛନ୍ତି ଦୁଇ ଦେଶର ଯବାନ । ଠିକ୍ ସେତିକି ବେଳେ ଏଠାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଯେଉଁ ପାଙ୍ଗୋଙ୍ଗ ହ୍ରଦ କୂଳରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ଯବାନ । ସେହି ହ୍ରଦ ଏବେ ବରଫରେ ପରିଣତ ହେଇଛି । ଖାସ କରି ଏହି ଶୀତ ଦିନରେ ସ୍କେଟିଂ ସହ ଆଇସ୍ ହକିର ମଜା ନେଉଛନ୍ତି ପର୍ଯ୍ୟଟକ ।

ସୀମାକୁ ନେଇ ଭାରତ ଚୀନ ମଧ୍ୟରେ ମଧ୍ୟରେ ମୁହାଁମୁହିଁ ସ୍ଥିତି । ମୁକାବିଲା ପାଇଁ ନିୟୋଜିତ ଅଛନ୍ତି ଯବାନଙ୍କ ସହ ଯୁଦ୍ଧାସ୍ତ୍ର । ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତ ଚୀନ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ପୁରା ସଜାଗ ରହିଛନ୍ତି ଉଭୟ ଦେଶର ସେନା । ଆଉ ଏବେ ମାଇନସ ୨୫ ଡିଗ୍ରି ତାପମାତ୍ରାରେ ବରଫରେ ପରିଣତ ହୋଇଛି ଏହି ପାଙ୍ଗୋଙ୍ଗ ହ୍ରଦ । ଯେଉଁଠି ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ । ସ୍କେଟିଂ ସହ ଆଇସ୍ ହକି ଭଳି ଖେଳର ମଜା ନେଉଛନ୍ତି ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ।

ସୀମାରେ ଥାଏ ଗୁଳି ଗୋଳାର ଭୟ । କିନ୍ତୁ ଏହାକୁ ପର୍ଯ୍ୟଟକଙ୍କ ଖାତିର ନାହିଁ । ଶୀତ ଦିନରେ ବରଫର ମଜା ନେବା ସହ ଏଠାକୁ ଛୁଟି ଆସନ୍ତି ପର୍ଯ୍ୟଟକ । ଯାହାକି ଭାରତ ଚୀନ ସୀମାରେଖାର ବଡ଼ ଆକର୍ଷଣ ବୋଲି କହନ୍ତି ପର୍ଯ୍ୟଟକ ।

ସୀମାରେ ବାରମ୍ବାର ଅନୁପ୍ରବେଶ କରୁଛି ଚୀନ ସେନା । ଯାହାର ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ । ମୁକାବିଲା ପାଇଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବି ଠୁଳ କରିଛି ସେନା । ଏସବୁକୁ ନଡରି ଏଠାକାର ପ୍ରାକୃତିକ ସୌନ୍ଧର୍ଯ୍ୟକୁ ଉପଭୋଗ କରିବା ସହ ବରଫର ମଜା ନେବାକୁ ପଛାଉନାହାନ୍ତି ପର୍ଯ୍ୟଟକ ।

Leave a Reply