ରନ୍ଧା ଖାଦ୍ୟ ଦାବିରେ ବ୍ଳକ୍ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ

ପାରାଦୀପ: ରନ୍ଧା ଖାଦ୍ୟ ଯୋଗାଇ ଦେବା ଦାବିରେ ଧାରଣା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି ଦୁଇଟି ପଞ୍ଚାୟତର ଲୋକ । ଲଗାଣ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକିପୁର ଓ କାଳିଆପାଟ୍ଟ ପଞ୍ଚାୟତର ଲୋକ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଜଳ ନିଷ୍କାସନ ହୋଇପାରୁ ନଥିବା ବେଳେ କେତେକ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି । ମାତ୍ର ପ୍ରଶାସନ ଏ ପର୍ଯ୍ୟନ୍ତ ସେଠାରେ ଠିକ୍‌ ଭାବେ ରିଲିଫ ଯୋଗାଇନାହିଁ ।

ଗୋଟିଏ ଥର ରନ୍ଧା ଖାଦ୍ୟ ଦେଉଥିବା ବେଳେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନେ ଉପାସ ରହୁଛନ୍ତି। ସରପଞ୍ଚ ଓ ବ୍ଲକ୍ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ଜଳ ନିଷ୍କାସନର ବ୍ୟବସ୍ଥା ହୋଇନାହିଁ କି ସଠିକ୍ ସମୟରେ ଖାଦ୍ୟ ଦିଆଯାଉନାହିଁ। ଏହାର ପ୍ରତିବାଦ କରି ଦୁଇ ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ଓ ଶିଶୁଙ୍କୁ କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ହୀରାକୁଦକୁ କମିଛି ଜଳ ପ୍ରବାହ: ବନ୍ଦ ହେଲା ଆଉ ୬ ଗେଟ୍

Leave a Reply