ଆତ୍ମହତ୍ୟା ନୁହେଁ ଆଦିତ୍ୟଙ୍କୁ ‘ହତ୍ୟା’ କରାଯାଇଥିବା ଅଭିଯୋଗ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟଙ୍କ ଦାଶଙ୍କ ସୁଇସାଇଡାଲ୍ ନୋଟ୍ କହୁଛି ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି । ବରଂ ସମୟର ଡାକରାରେ ସେ ଚାଲି ଯାଇଛନ୍ତି ଆରପାରିକୁ । ତେବେ, ହସଖୁସିରେ ବଞ୍ଚୁଥିବା ଆଦିତ୍ୟ ଯିଏ ଅନ୍ୟକୁ ବଞ୍ଚିବାର ପ୍ରେରଣା ଦେଉଥିଲେ । ତାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପିପୁଲ୍ ଫର ସେବାର ସଦସ୍ୟ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

ସମାଜସେବୀ ଆଦିତ୍ୟ ଦାଶଙ୍କୁ ହତ୍ୟା ପରେ ରେଳ ଲାଇନରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପିପୁଲ୍ ଫର ସେବାର ସଦସ୍ୟ । ସଂଗଠନର ସଦସ୍ୟ ଆଦିତ୍ୟଙ୍କ ମୃତ୍ୟୁକୁ ବିବାହ ସହ ଯୋଡ଼ିଛନ୍ତି । ବିବାହ ପରେ ଆଦିତ୍ୟ ସଙ୍ଗଠନରୁ କାହିଁକି ଦୂରେଇ ଯାଇଥିଲେ ? କାନ୍ଦି କାନ୍ଦି ସଦସ୍ୟଙ୍କ ଆଗରେ ନିଜ ଦୁଃଖ ଜଣାଉଥିଲେ । ଏପରିକି ବିବାହ ପରେ ତାଙ୍କର ମାନସିକ ଚାପ ବଢ଼ି ଯାଇଥିବା ସଙ୍ଗଠନର ସଦସ୍ୟ ଅଭିଯୋଗ କରିଛନ୍ତି ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ଏସବୁର ନିରପେକ୍ଷ ତଦନ୍ତ ଦାବି କରି ସଙ୍ଗଠନର ସଦସ୍ୟ ଜିଆରପି ଥାନାରେ ଏତଲା ଦେଇଛନ୍ତି । ଆଦିତ୍ୟ ଆତ୍ମହତ୍ୟା ପାଇଁ କାହାକୁ ସୁଇସାଇଡାଲ୍ ନୋଟରେ ଦାୟୀ କରିନାହାଁନ୍ତି । ଅନ୍ୟପଟେ ସଙ୍ଗଠନର ସଦସ୍ୟଙ୍କ କହିବା କଥା ସେ ବିବାହ ପରେ ମାନସିକ ଚାପରେ ରହୁଥିଲେ । ତେବେ, ବିବାହ ପରେ କିଏ ସାଜିଥିଲା ଅଶାନ୍ତିର କାରଣ ? ବାହାଘର ମାତ୍ର ୨୮ ଦିନ ଭିତରେ ଏମିତି କଣ ହେଲା ଯେଉଁଥିପାଇଁ ଆଦିତ୍ୟ ଜୀବନର ଚରମ ନିଷ୍ପତ୍ତି ନେଲେ ? ତାହା ସନ୍ଦେହ ଘେରରେ । ଆଦିତ୍ୟ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରିନଥିବା ବେଳେ କାରଣ ବି ସୁଇସାଇଡାଲ୍ ନୋଟରେ ଉଲ୍ଲେଖ କରିନାହାଁନ୍ତି । ପୋଲିସର ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ ।

(ଭୁବନେଶ୍ଵରରୁ ଶତ୍ରୁଘ୍ନ ବିଶ୍ବାଳ)

ମିଳିଲା ଆଦିତ୍ୟଙ୍କ ଆତ୍ମହତ୍ୟା ପୂର୍ବର ହାତଲେଖା, ‘ମୋ ମୃତ୍ୟୁ ପାଇଁ…’

Leave a Reply