ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଶବଦାହକୁ ଅନୁମତି

ପୁରୀ: ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ବ୍ୟତିତ ଅନ୍ୟ ଜିଲ୍ଲାର ଶବଦାହ ପାଇଁ କଟକଣା ଜାରି କରିଥିଲା ପୁରୀ ପ୍ରଶାସନ । କେବଳ ପୁରୀ ଜିଲ୍ଲାର ଶବ ସତ୍କାର ପାଇଁ ଅନୁମତି ଦିଆଯାଇଥିଲା । ତେବେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ପରେ ଏହି କଟକଣାକୁ ହଟାଇ ଦିଆଯାଇଛି । ଏବେ ଅଣ କୋଭିଡ ମୃତଦେହକୁ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇ ପାରିବ । ତେବେ କରୋନାରେ ମୃତ୍ୟୁ ହୋଇଥିବା ଶବକୁ ସ୍ୱର୍ଗଦ୍ୱାର ନ ଆଣିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ତେବେ କୋଭିଡ ନୀୟମାବଳି ଅନୁପାଳନ ପୂର୍ବକ ସର୍ବାଧିକ ୧୦ ଜଣଙ୍କ ଉପସ୍ଥିତିରେ ଶବ ସତ୍କାର କରାଯିବ । ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ଗତମାସ ୧୦ ତାରିଖ ଠାରୁ ଶ୍ରୀମନ୍ଦିର ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି ନେବା ସହ ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାର ଶବଦାହ ଉପରେ କଟକଣା ଲାଗିଥିଲା । ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ତେବେ ରାଜ୍ୟରେ କରୋନା ସଂକ୍ରମଣ ହାର ଲଗାତର କମୁଥିବାରୁ ସ୍ୱର୍ଗଦ୍ୱାରରୁ ଜାରି ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି ।

Leave a Reply