ଏକ୍ସପ୍ରେସ ଟ୍ରେନ ରହଣୀ ନେଇ ବାମରା ଷ୍ଟେସନରେ ଉତ୍ତେଜନା

ବାମରା: ଏକ୍ସପ୍ରେସ ଟ୍ରେନ ରହଣୀକୁ ନେଇ ବାମରା ଷ୍ଟେସନରେ ପୁଣି ଉତ୍ତେଜନା। ଗତକାଲି ଡିଆରଏମଙ୍କ ପ୍ରତିଶ୍ରୁତି ପରେ ବି ଟ୍ରେନ ନଅଟକିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଷ୍ଟେସନ ମାଷ୍ଟରଙ୍କୁ ବାହାର କରି ଅଫିସ ଓ ସିଗନାଲ ରୁମକୁ ଉତ୍ତ୍ୟକ୍ତ ଲୋକେ ବନ୍ଦ କରିଦେଇଛନ୍ତି। ସିଗନାଲ ନଥିବାରୁ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ ଅଟକି ରହିଛି ।

maxresdefault.jpg (1280×720)

ଏହାସହ ଏହି ରୁଟ୍‌ ଦେଇ ଯାଉଥିବା ଅନ୍ୟ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଗତକାଲି ଏକ୍ସପ୍ରେସ ଟ୍ରେନ ରହଣୀ ଦାବି କରି ସ୍ଥାନୀୟ ଲୋକେ ରେଳରୋକ କରିଥିଲେ । ସମସ୍ତ ଏକ୍ସପ୍ରେସ ଟ୍ରେନ ରହିବ ବୋଲି ଡିଆରଏମ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ଟ୍ରେନ ନଅଟକିବାରୁ ରେଳ ଷ୍ଟେସନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଗତକାଲିର ପ୍ରତିଶ୍ରୁତିକୁ ଡିଆରଏମ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ଏବେ ବି ବାମରା ରେଳ ଷ୍ଟେସନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।