ଭୋକର ବିକଳ ଚିତ୍ର, ବିସ୍କୁଟ ପାଇଁ ଷ୍ଟେସନ ପାଲଟିଲା ରଣକ୍ଷେତ୍ର

ବିହାର: ବନ୍ଦ ଭାରତ ଭିତରେ ଭୋକିଲାଙ୍କ ପେଟ ଜଳୁଛି, ତାରି ଭିତରେ ଟ୍ରେନ୍‌ ଚାଲିଛି । ଲକଡାଉନ ପାଇଁ କାମ ଧନ୍ଦା ସବୁ ବନ୍ଦ । ଦୁଇ ଓଳି ଦୁଇ ମୁଠା ଖାଇବୁ ବା କେମିତି, କାରଣ ୫ ଇଞ୍ଚର ପକେଟରେ ୫ଟଙ୍କାଟେ ବି ନାହିଁ । ଏଭଳି ପରିସ୍ଥିତିରେ ଖାଲି ଜଳ ଜଳ ହୋଇ ଭିଟାମାଟି ଆମକୁ ଦିଶୁଛି । କିଛି ନ ହେଲେ ବି ଓଳିଏକୁ ମୁଠାଏ ଖାଇବାକୁ ତ ମିଳିବ । ଏଭଳି ଭାବନାକୁ ଗଣ୍ଠିଲିରେ ବାନ୍ଧି ଘର ମୁହାଁ ଏବେ ସବୁ ପ୍ରବାସୀ । ସ୍ୱତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ ପରେ ସବୁ ପ୍ରବାସୀ ଭିଟାମାଟି ଅଭିମୁଖେ ବାହୁଡ଼ା ଯାତ୍ରା ଆରମ୍ଭ କରିଛନ୍ତି । ଟ୍ରେନ୍‌ରେ ଯାତ୍ରା ସମୟରେ ଭୋକ ସହ କେମିତି ଯୁଦ୍ଧ କରୁଛନ୍ତି ତାହା ଆମେ ଆଜି ଆପଣଙ୍କୁ ଦେଖାଇବୁ ।

ବିହାରର କଟିହାର ଷ୍ଟେସନରେ ବିସ୍କୁଟ ପାଇଁ ଯୁଦ୍ଧ ହୋଇଛି । ଷ୍ଟେସନକୁ ଆସୁଥିବା ପ୍ରବାସୀଙ୍କ ପେଟର ଭୋକକୁ ବୁଝିପାରି ଷ୍ଟେସନରେ ବିସ୍କୁଟର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଭୋକର ଜ୍ୱାଳା ପରବର୍ତ୍ତୀ ସମୟରେ ଯୁଦ୍ଧରେ ପରିଣତ ହେବ ବୋଲି କିଏବା ଯାଣିଥିଲା । ପ୍ରବାସୀଙ୍କ ପେଟର ଜ୍ୱାଳା ପାଇଁ ଷ୍ଟେସନ ପାଲଟିଲା ରଣକ୍ଷେତ୍ର ।

ବିସ୍କୁଟ୍ ପ୍ୟାକେଟ୍ ପାଇଁ ପ୍ଲାଟଫର୍ମରେ ହାତିହାତି ହେଲେ ଲୋକ । ଜଳ ଜଳ ହୋଇ ଦିଶୁଥିଲା ଲକଡାଉନରେ ଭୋକର କରୁଣ ଚିତ୍ର । ଏହା ଆମେ କହୁନୁ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡିଓ କହୁଛି । ଦେଖନ୍ତୁ ଏ ଭିଡିଓକୁ କେମିତି ବିସ୍କୁଟ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଯିଏ ଯେମିତି ପାରିଲା ବିସ୍କୁଟ ପ୍ୟାକେଟ ନେବା ପାଇଁ ଚେଷ୍ଟା କରୁଛି । ଆଉ ତାରି ଭିତରେ ନିଜନିଜ ମଧ୍ୟରେ ହାତାହାତି ମଧ୍ୟ ହୋଇଯାଉଛନ୍ତି ।

ତେବେ ଏଠି ଗୋଟିଏ କଥା ସ୍ପଟ ହୋଇଛି । ଏ କରୋନା ଲକଡାଉନ ଆମକୁ ଦୁନିଆରେ ବଞ୍ଚିବା ପାଇଁ ଯୁଦ୍ଧ କରିବାକୁ ପଡ଼େ ବୋଲି ଶିଖାଇଛି । ସେ ଭିଟାମାଟିକୁ ଯିବାର ଯୁଦ୍ଧ ହେଉ କି ପେଟର ଭୋକ ମେଣ୍ଟେଇବାର ଯୁଦ୍ଧ ହେଉ….

Leave a Reply