ବିଦାୟ ନେବ ୨୦୨୫ । ନୂଆ ଆଶା ଓ ସମ୍ଭାବନା ନେଇ ଆସିବ ୨୦୨୬ । ଏହି ଖୁସିର ମୁହୁର୍ତ୍ତରେ ନିଜ ନିକଟତମ ବନ୍ଧୁଙ୍କୁ ସମସ୍ତେ ଜଣାଇବେ ଶୁଭେଚ୍ଛା । ଆଧୁନିକ ଯୁଗରେ ବି ଫୁଲର ରହିଛି ବେଶ ଚାହିଦା । ନେତାଙ୍କ ପାଇଁ ହେଉ ଅବା ଅଫିସରଙ୍କ ପାଇଁ । କିମ୍ବା ନିଜ ବନ୍ଧୁଙ୍କ ପାଇଁ ଫୁଲ ତୋଡା ଟିଏ କିଣି ନେବାକୁ ଏବେଠୁ ଫୁଲ ଦୋକାନରେ ଜମିଲାଣି ଗହଳି ଚହଳି । ଏନେଇ ଭୁବନେଶ୍ବର ପ୍ରତିଟି ଫୁଲ ଦୋକାନରେ ବି ପଡିଛି ଭଳିକି ଭଳି ଫୁଲର ପସରା ।
ଫୁଲ ଦୋକାନକୁ ଗ୍ରାହକଙ୍କୁ ଆକର୍ଷିତ କରୁଛି ଭଳିକି ଭଳି ରଙ୍ଗୀନ ଫୁଲ । ଲିଲି, ସେବତୀ, ଅର୍କିଟ, ରୋଜ, ରେବତୀ, ଜିପ୍ସ, ଫେବି ଓ ଗେଣ୍ଡୁ ଫୁଲ ରହିଛି । ଗୋଲାପ ଫୁଲ ଗୋଟାକ ପ୍ରତି ୨୦ ରୁ ୨୫ ଟଙ୍କା, ଅର୍କିଟ ଷ୍ଟ୍ରିପ ୧୦୦, ଲିଲି ଷ୍ଟ୍ରିପ ୩୦୦, ଜିପ୍ସ ୧୦୦ ଟଙ୍କା ଥିବା ବେଳେ ଗେଣ୍ଡୁ ହାର ରହିଛି ୫୦ ଟଙ୍କା । ଏହା ସହ ୭୦ ଟଙ୍କା ରୁ ଆରମ୍ଭ କରି ୭ହଜାର ଟଙ୍କା ପର୍ଯ୍ୟନ୍ତ ପୁଲ ତୋଡା ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ୟବସାୟୀ । ୨୦୨୬ ନୂଆ ବର୍ଷରେ ଫୁଲ ବ୍ୟବସାୟ ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ।

