ଫେବ୍ରୁଆରୀ ୧ରୁ ନୂଆ ନିୟମ ! କୋଭିଡ୍ ଟିକା ନେଇ ନଥିଲେ ଘରୁ ବାହାରିବା ମନା

People Without Vaccine Will Be Banned From Leaving House From 1st February

ଜୟପୁର: ଦେଶରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ସଂକଟ କାଳରେ କବଚ ସାଜିଛି କରୋନା ଟିକା । ହେଲେ କିଛି ଲୋକ ଟିକା ନେବାକୁ ନାକ ଟେକୁଛନ୍ତି । ଯେଉଁଥିପାଇଁ ଅସୁବିଧାରେ ପଡ଼ୁଛନ୍ତି ସମସ୍ତେ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କାୟା ବିସ୍ତାର କରି ଚାଲିଥିବା ବେଳେ ତଥ୍ୟ କହୁଛି ଟିକା ନେଇଥିବା ଲୋକ ବେଶି ସୁରକ୍ଷିତ । ତଥାପି ଲୋକେ ଶୁଣୁ ନାହାନ୍ତି କି ଟିକା ନେଉ ନାହାନ୍ତି । କୋଭିଡ୍ ଟିକା ନେଉ ନଥିବା ଲୋକଙ୍କୁ ବାଟକୁ ଆଣିବା ଲାଗି ନୂଆ ନିୟମ ଆଣୁଛନ୍ତି ସରକାର । କୋଭିଡ୍ ମାମଲା ବଢ଼ୁଥିବା ବେଳେ ଟିକା ନେଇ ନଥିବା ଲୋକଙ୍କ ପାଇଁ ଲାଗୁ ହେବ କଡ଼ା ନିୟମ ।

ରାଜସ୍ଥାନରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜସ୍ଥାନରେ ଚଳିତମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଜନସଂଖ୍ୟାକୁ ୨ ଡୋଜ୍ ଟିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଯେଉଁମାନେ ଟିକା ନେବେନି ସେମାନେ ଘରେ ବନ୍ଦ ହୋଇ ରହିବେ । ଏନେଇ ସରକାର ପ୍ରସ୍ତୁତ କରୁଛନ୍ତି ନିୟମ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଫେବ୍ରୁଆରୀ ୧ରୁ ଟିକା ନେଇ ନଥିବା ଲୋକ ଘରୁ ପଦାକୁ ବାହାରି ପାରିବେ ନାହିଁ ।

People Without Vaccine Will Be Banned From Leaving House From 1st February

ନୂଆବର୍ଷ ପାଳନ ଉପରେ ରାଜସ୍ଥାନ ସରକାର କୌଣସି କଟକଣା ଲଗାଇ ନଥିଲେ । ଯେଉଁଥିପାଇଁ ରାଜ୍ୟସାରା ଲୋକେ ପାର୍ଟି ସହ ଭୋଜିଭାତରେ ଝୁମିଥିଲେ । କୋଭିଡ୍ କଟକଣାର ପୂରା ଧଜିଆ ଉଡ଼ିଥିଲା । ନୂଆବର୍ଷରେ କୋଭିଡ୍ କଟକଣାକୁ ବାଏଁ ବାଏଁ ଉଡ଼ାଇ ଦେଇଥିବା ରାଜସ୍ଥାନ ସଂକ୍ରମଣ ମାମଲା ବଢ଼ିବା ପରେ ପୁଣି ଆକ୍ସନକୁ ଆସିଛି । ଶନିବାର ଗୋଟିଏ ଦିନରେ ରାଜ୍ୟରେ ଡେଲ୍ଟା ଓ ଓମିକ୍ରନର ପ୍ରାୟ ୨୦୦ ମାମଲା ସାମ୍ନାକୁ ଆସିଛି ।

ରାଜସ୍ଥାନରେ ଶନିବାର ୫୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୨ ଜଣଙ୍କ ମଧ୍ୟରୁ ୯ ଜଣ ବିଦେଶ ଫେରନ୍ତା ଅଛନ୍ତି । ଏଥିସହ ରାଜ୍ୟରେ ମୋଟ ଓମିକ୍ରନ୍ ମାମଲା ୧୨୧କୁ ବୃଦ୍ଧି ପାଇଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ସଜାଗ ହେବା ସହ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply