ରେଳଷ୍ଟେସନରୁ ପର୍ସିଆନ ବିଲେଇ ଉଦ୍ଧାର ; ଦମ୍ପତ୍ତି ଗିରଫ

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପର୍ସିଆନ ବିଲେଇ। ମୁମ୍ବାଇ ଶାଳୀମାର ଟ୍ରେନରେ ଅଣାଯାଉଥିଲା । ବଡ଼ ସାନ କରି ୨୦ଟି ପର୍ସିଆନ ବିଲେଇ। ମୁମ୍ବାଇରୁ ଆଣି ସାନ୍ତରାଗାଛିକୁ ନେଇ ଯାଉଥିଲେ ଏହି ବିଲେଇ ବୋଲି ଆରପିଏଫ ତରଫରୁ ସୂଚନା ମିଳିଛି । ତେବେ ସାନ୍ତ୍ରାଗାଛିର ଏକ ଫାର୍ମ ରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ ।
ଶାଳୀମାର ଟ୍ରେନରେ ରାତିରେ ୨.୩୦ରେ ବ୍ରଜରାଜନଗର ଷ୍ଟେସନରେ ପହଁଚିବା ପରେ ଆରପିଏଫ ତରଫରୁ ବିଲେଇ ନେଇ ଯାଉଥିବା ଦମ୍ପତିଙ୍କୁ ଅଟକ ରଖିଛି ନେଇଛି ଆରପିଏଫ । ମୁମ୍ବାଇର ଆମୀନ ଶୈୟଦ ନିଜ ସ୍ତ୍ରୀ ଏବଂ ଚାରି ମାସର ଶିଶୁକୁ ନେଇ ଏହି ବିଲେଇ ନେଇ ଯାଉଥିଲେ ।