ହାଇଦରକୁ ଖସାଇବାକୁ କଟକ ଯୋବ୍ରାରୁ ହୋଇଥିଲା ବ୍ଲୁ ପ୍ରିଣ୍ଟ, ଧରମ ପୁଅ ଇସ୍ତିଆକ ଖାନ ରଚିଥିଲେ ଷଡ଼ଯନ୍ତ୍ର

କଟକ: ହାଇଦରକୁ ଖସାଇବାକୁ କଟକ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ । ହାଇଦରର ଧରମ ପୁଅ ଇସ୍ତିଆକ ଖାନ ଓ ସହଯୋଗୀ ଚିକୁ ରଚିଥିଲେ ଷଡ଼ଯନ୍ତ୍ର । ଇସ୍ତିଆକର ଘର କଟକ ଯୋବ୍ରାରେ ହୋଇଥିବା ବେଳେ, ସେଠାରୁ ହିଁ ଏସସିବିକୁ ଯାଉଥିଲା ବିରିୟାନୀ । ମାମଲାରେ ଇସ୍ତିଆକ ଓ ଚିକୁକୁ ଗିରଫ କରିଛି ପୋଲିସ ।

ଅନ୍ୟପଟେ କଟକ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର । କଟକରୁ ଫେରାର ହୋଇ ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯିବା ପରେ କଟକ ନିଆଯାଇଛି । ହାଇଦରକୁ ଏସଡିଜେଏମ୍ କୋର୍ଟରେ ହାଜର କରିବ ପୋଲିସ । ଗତକାଲି ତେଲେଙ୍ଗାନା ପୋଲିସର ସହାୟତାରେ ସାଙ୍ଗାରେଡ୍ଡିରୁ ହାଇଦରକୁ ଗିରଫ କରାଯାଇଥିଲା । ବାଇକରେ ଯାଉଥିବା ବେଳେ ମାଡି ବସିଥିଲା ପୋଲିସ ।

ଭୁବନେଶ୍ୱରରେ ପହଞ୍ଚିବା ପରେ କୋର୍ଟରେ ହାଇଦରକୁ ହାଜର କରାଯିବ । ସେ କିଭଳି ଏସସିବିରୁ ଖସିଲା, ଏହା ପଛରେ କାହାର ହାତ ରହିଛି, ଷଡଯନ୍ତ୍ର ହୋଇଥିଲା କି ସେ ନେଇ ପଚରାଉଚରା କରିବ ପୋଲିସ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହାଇଦରକୁ ଖସାଇବାରେ କଟକ ଯୋବ୍ରାରୁ ହୋଇଥିଲା ଯୋଜନା । ହାଇଦରକୁ ଦେଖିବା ପରେ ମାଡି ବସିଥିଲା ତେଲେଙ୍ଗାନା ଟାସ୍କଫୋର୍ସ । ପାଟ୍ରୋଲିଂ କଡାକଡି କରିବା ସହ ସମସ୍ତ ପୋଲିସ ଆଲର୍ଟ ରହିଥିଲେ । ଏହାପରେ ଧରା ପଡିଥିଲା କୁଖ୍ୟାତ ଅପରାଧୀ । ଗତ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ସୁରକ୍ଷାକର୍ମୀଙ୍କୁ ବେହୋସ୍ କରି ଫେରାର ହୋଇଯାଇଥିଲା । ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା ଓଡ଼ିଶା ପୋଲିସ । ୫ ଦିନ ପରେ ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ ।

Leave a Reply