ଗତ ୧୦ ଦିନରେ ୭ ଥର ବୃଦ୍ଧି ହେଲା ପେଟ୍ରୋଲ ଓ ଡିଜେଲ ଦର

Petrol And Diesel Price Hiked By 35 Paisa Per Liter

ଭୁବନେଶ୍ୱର: ମହାମାରୀ ବେଳେ ମହଙ୍ଗାମାଡ଼। ବାରମ୍ବାର ବଢ଼ିବାରେ ଲାଗିଛି ତୈଳ ଦର। ଆଉ ଏବେ ୧୦୦ ପାର୍‌ ତୈଳଦର ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ଶହେ ପାର୍‌ ହୋଇଛି। ଓଡ଼ିଶାର ବି କିଛି ସ୍ଥାନରେ ସ୍ପିଡ୍‌ ଅଏଲ ଦର ଲିଟର ପିଛା ଶହେ ଟଙ୍କା ଟପିଛି। ମାଲକାନଗିରିରେ ୧୦୦ଟଙ୍କାଠାରୁ ମାତ୍ର କିଛି ଦୂରରେ ତୈଳଦର ରହିଛି। ଏଠି ପେଟ୍ରୋଲ ଦର ୯୯ ଟଙ୍କା ୭୯ ପାଇସା ଥିବା ବେଳେ ଡିଜେଲ ଦର ୯୭ଟଙ୍କା ୬୪ ପଇସା ରହିଛି। ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା। ଏଠି ପେଟ୍ରୋଲ ଦର ୯୪ଟଙ୍କା ୭୨ ପାଇସା ଥିବା ବେଳେ ଡିଜେଲ ଦର ମଧ୍ୟ ୯୨ ଟଙ୍କା ୫୫ ପଇସାରେ ପହଞ୍ଚିଛି। ଗତ ଦୁଇମାସରେ ପେଟ୍ରୋଲ ଦର ୩ ଟଙ୍କା ୪୫ ପଇସା, ଡିଜେଲ ଦର ୪ ଟଙ୍କା ୪୩ ପଇସାକୁ ବୃଦ୍ଧି ପାଇଛି। ଗତ ୧୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୭ ଥର ବୃଦ୍ଧି ଘଟିଛି।

ତୈଳଦର ବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ତୈଳବୃଦ୍ଧି ଯୋଗୁ ବଜାରରେ ଅନ୍ୟସବୁ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ। ସେପଟେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ ବ୍ୟାରେଲ ପ୍ରତି ୫ରୁ ୬ ଡଲାର ବୃଦ୍ଧି ଯୋଗୁ ଏଭଳି ହୋଇଥିବା କୁହାଯାଉଛି।

ଦେଶରେ ମୁମ୍ବାଇରେ ପେଟ୍ରୋଲ ଲିଟର ୧ଶହ ଟଙ୍କା ୧୯ ପଇସାରେ ପହଞ୍ଚିଛି। ଭୋପାଳ, ଔରଙ୍ଗାବାଦ ଭଳି କିଛି ସ୍ଥାନରେ ମଧ୍ୟ ଶହେ ପାର ତୈଳଦର ମୁଣ୍ଡବିନ୍ଧାର କାରଣ ପାଲଟିଛି।

Leave a Reply