ଆଜି ମଧ୍ୟରାତ୍ରିରୁ ଆହୁରି ୩ଟଙ୍କା କମିବ ପେଟ୍ରୋଲ ଓ ଡ଼ିଜେଲ ଦାମ୍

1 min read

ଭୁବନେଶ୍ୱର: ଓଡ଼ିଶାରେ ଗାଡ଼ି ଚାଳକଙ୍କୁ ଆଜି ଠାରୁ ଆହୁରି ଆଶ୍ୱସ୍ତି  । କାରଣ ପୁଣି ତିନି ଟଙ୍କା କମିବାକୁ ଯାଉଛି ପେଟ୍ରୋଲ ଏବଂ ଡ଼ିଜେଲ ଦର  । ଅର୍ଥାତ ଆଜି ମଧ୍ୟ ରାତ୍ରିରୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩ ଟଙ୍କା ଲେଖାଏଁ ହ୍ରାସ ଘଟିବ  । ଓଡ଼ିଶା ସରକାର ହ୍ରାସ ଘଟାଇଥିବା VAT ମଧ୍ୟରାତ୍ରିରୁ ଲାଗୁ ହେବାକୁ ଯାଉଛି  । ଫଳରେ ଲିଟର ପିଛା ଏବେ ଓଡ଼ିଶାରେ ୮ ଟଙ୍କା ପେଟ୍ରୋଲ ଏବଂ ୧୩ ଟଙ୍କା ଡିଜେଲ ଦାମ କମିବାକୁ ଯାଉଛି  ।

ବିଗତ କିଛିଦିନ ମଧ୍ୟରେ ଦେଶରେ ଅହେତୁକ ବୃଦ୍ଧି ଘଟିବାରେ ଲାଗିଛି ପେଟ୍ରୋଲ ଏବଂ ଡ଼ିଜେଲ ଦର  । ସାଧାରଣ ଖାଉଟି ଠାରୁ ଆରମ୍ଭ ଜକରି ଗାଡ଼ି ଚଢୁଥିବା ସମସ୍ତ ଚାଳକଙ୍କ ପକେଟ଼ ଖାଲି କରିଥିଲା ଏହି ଦର ବୃଦ୍ଧି  । ସେପଟେ କେନ୍ଦ୍ର ସରକାର ୩ ତାରିଖରେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ । ଯଥା ପେଟ୍ରୋଲ ଏବଂ ଡିଜେଲ ଉପରୁ ୫ ଟଙ୍କା, ୧୦ ଟଙ୍କା ହ୍ରାସ ଘଟାଇଥିଲେ  । ପରେ ରାଜ୍ୟ ସରକାର  ୪ ତାରିଖରେ ଭ୍ୟାଟ କମାଇବା ନେଇ ଘୋଷଣା କରିଥିଲେ  ।

ତେବେ ୩ଟଙ୍କାର ଏହି ଛାଡ ପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୪ଶହ କୋଟିର ଭାର ପଡିବ । କେବଳ ୩ ଟଙ୍କା ଭାଟ୍ ହ୍ରାସ ଦ୍ୱାରା ଏହି କ୍ଷତି ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭ଶହ କୋଟି ଟଙ୍କା ହରାଇବାକୁ ପଡିବ । ତେଣୁ ରାଜ୍ୟ ସରକାରଙ୍କୁ ମୋଟ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିବ । ତେବେ ୩ ଟଙ୍କା ଭାଟ୍ ହ୍ରାସ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତୀକର ଖବର ।

Leave a Reply