ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ପ୍ରତିଦନ ବଢ଼ୁଛି ତେଲ ଦର

1 min read

ଭୁବନେଶ୍ୱର: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ପ୍ରତିଦନ ବଢ଼ୁଛି ତେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ରେ ପହଞ୍ଚିଲାଣି । ଆଜି ପେଟ୍ରୋଲ ଲିଟର ପିଛା ୮୦ .୯୪ ଓ ଡିଜେଲ ଲିଟର ପିଛା ୭୮.୫୫ଟଙ୍କା ରହିଛି । ଜୁନ ୬ତାରିଖରେ ପେଟ୍ରୋଲ ଲିଟର ପିଛା ୭୧ଟଙ୍କା ୬୯ ପଇସା ଓ ଡିଜେଲ ଲିଟର ପିଛା ୬୭ଟଙ୍କା ୭୦ ପଇସା ଥିଲା।

ନିୟମିତ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ଆଜିସୁଧା ଅର୍ଥାତ ୨୧ଦିନରେ ଡିଜେଲ ଲିଟର ପିଛା ୧୦ଟଙ୍କା ୮୫ପଇସା ଓ ପେଟ୍ରୋଲ ୧୧ଟଙ୍କା ୨୩ପଇସା ବୃଦ୍ଧି ପାଇସାରିଛି । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ପଇସା ବୃଦ୍ଧି ପାଇ ଲିଟର ୮୦ଟଙ୍କା ୩୮ପଇସା ହୋଇଥିବା ବେଳେ ଡିଜେଲରେ ଲିଟର ପିଛା ୨୧ପଇସା ବୃଦ୍ଧି ପାଇ ଲିଟର ୮୦ଟଙ୍କା.୪୦ପଇସା ହୋଇଛି ।

 

ଲୋକଙ୍କ ଉପରେ ପଡ଼ିବ ମହଙ୍ଗା ମାଡ଼, ସେଞ୍ଚୁରୀ ମାରିପାରେ ପେଟ୍ରୋଲ- ଡିଜେଲ ଦାମ

Leave a Reply