ଫାଇଜର ଭାରତ ସରକାରଙ୍କୁ ଦେଲା ‘ନୋ ପ୍ରଫିଟ୍’ରେ କରୋନା ଟିକା ଅଫର

FILE PHOTO: A vial and sryinge are seen in front of a displayed Pfizer logo in this illustration taken January 11, 2021. REUTERS/Dado Ruvic/Illustration

ନୂଆଦିଲ୍ଲୀ: ଆମେରିକାର ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀ ଫାଇଜର ଭାରତକୁ ବିନା ଲାଭରେ କେବଳ ଉତ୍ପଦନ ଖର୍ଚ୍ଚ ମୁଲ୍ୟରେ ତାର କରୋନା ଟିକା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । କମ୍ପାନୀର ଜଣେ ମୁଖପାତ୍ର ଗୁରୁବାର ଦିନ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ, ଏଥିପାଇଁ ଭାରତ ସରକାରଙ୍କ ସହିତ ଆଲୋଚନା ଚାଲିଛି ।

ଫାଇଜର ମୁଖପାତ୍ର ଏକ ବୟାନ ଜାରି କରି କହିଛନ୍ତି ଯେ,‘‘ ଭାରତ ର କରୋନା ଟିକାକରଣ କାର୍ଯ୍ୟକ୍ରମ ପାଇଁ ଫାଇଜର ‘ନୋ ପ୍ରଫିଟ୍’ ମୂଲ୍ୟରେ କରୋନା ଟିକା ପାଇଁ ପ୍ରସ୍ତାବ ଦିଆଯାଇଛି । ଆମେ ଏନେଇ ଭାରତ ସରକାରଙ୍କ ସହିତ ଆଲୋଚନା କରୁଛୁ । ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ଟିକା ଯୋଗାଇ ଦେବାକୁ ଆମେ ପ୍ରତିସ୍ରୁତିବଦ୍ଧ ।

ଫାଇଜର ଟିକାର ମୂଲ୍ୟକୁ ନେଇ ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି ତାକୁ କମ୍ପାନୀ ମୁଖପାତ୍ର ଖାରଜ କରି ଦେଇଛନ୍ତି । ସେ କହିଛନ୍ତି ଯେ, ବିକଶିତ,ବିକାଶଶୀଳ ଓ ଗରିବ ରାଷ୍ଟ୍ରଙ୍କ ପାଇଁ ଏହାର ମୂଲ୍ୟ ଅଲଗା ଅଲଗା ରଖାଯାଇଛି । ବିଶ୍ୱର ସମସ୍ତ ଲୋକଙ୍କ ପାଖରେ ଟିକା ପହଂଚାଇବା ପାଇଁ କମ୍ପାନୀ ପ୍ରତିସ୍ରୁତିବଦ୍ଧ । ବର୍ତ୍ତମାନର ମହାମାରୀ ପରିସ୍ଥିତିରେ କମ୍ପାନୀ ପାଇଁ କେବଳ ସରକାରଙ୍କୁ ହିଁ ଟିକା ଯୋଗାଇଦେବା ପ୍ରାଥମିକତା । ଭାରତରେ ମଧ୍ୟ ଆମର ଏହି ନୀତି ରହିବ ।

ସୂଚନାଯୋଗ୍ୟ ଯେ, ଟିକାକରଣ କାର୍ଯ୍ୟକ୍ରମକୁ ଗତି ପ୍ରଦାନ କରିବାକୁ ଭାରତ ସରକାର ଗତ ସପ୍ତାହରେ ମଡୋର୍ଣ୍ଣା,ଫାଇଜର ଓ ଜନସନ୍ ଆଣ୍ଡ୍ ଜନସନର ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଫାଇଜର ତା’ର ଟିକାକୁ ଆମେରିକା ୧୯.୫ ଡଲାର( ଭାରତୀୟ ମୁଦ୍ରାରେ ପ୍ରାୟ ୧୫ଶହ ଟଙ୍କା) ଓ ୟୁରୋପୀୟ ରାଷ୍ଟ୍ରଙ୍କୁ ୧୭୦୦ ଟଙ୍କାରେ ବିକ୍ରି କରୁଛି । ଭାରତରେ ଏପର୍ଯ୍ୟନ୍ତ ଏହାର ମୂଲ୍ୟ ନିର୍ଧାରିତ ହୋଇନାହିଁ ।

Leave a Reply